ସଂଚାର ବ୍ୟୁରୋ: ରାଜସ୍ଥାନ କୋଟାରେ ଲଗାତାର ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କଡ଼ା ମନୋଭାବ ପୋଷଣ କରିଛନ୍ତି ସୁପ୍ରିମକୋର୍ଟ । ଛାତ୍ରଙ୍କ ମୃତ୍ୟୁ ପରେ କାହିଁକି ଏଫଆଇଆର ଦାଏର ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
ମୃତ ନିଟ୍ ଛାତ୍ରଙ୍କ ମାମଲାରେ ଏଫଆଇଆର ହୋଇନଥିବାରୁ ସ୍ଥାନୀୟ ପୁଲିସ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ । ପୁଲିସ ଜାଣିଶୁଣି ଆଇନ ଉଲ୍ଲଙ୍ଘନ କରୁଛି । ଯଦି ଏଭଳି ବେପରୁଆ ଭାବ ଜାରି ରହେ ତେବେ କୋର୍ଟ କଡ଼ା ହେବେ ବୋଲି ଚେତାଇଦେଇଛନ୍ତି । ଏଭଳି ଘଟଣାକୁ ହାଲକା ଭାବେ ନନେବାକୁ କହିଛନ୍ତି କୋର୍ଟ ।