ସଂଚାର ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଭାରତୀୟ ହୋଇ ଆପଣ ଏମିତି କେମିତି କହିପାରିଲେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଅଭିଯୋଗ ହୋଇଥିଲା ଯେ, ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ କହିଥିଲେ ଚୀନର ସୈନ୍ୟମାନେ ଭାରତୀୟ ସୈନ୍ୟମାନଙ୍କୁ ମାଡ଼ ମାରୁଛନ୍ତି। ଭାରତର ୨ ହଜାର ବର୍ଗ କିଲୋମିଟର ଅଞ୍ଚଳ ନେଇଯାଇଛନ୍ତି ଚୀନ ସେନା। ଏଥିପାଇଁ ମୋଦି ଓ ଏନଡିଏ ସରକାରକୁ ଦାୟୀ କରିଥିଲେ ରାହୁଲ ଗାନ୍ଧି। ତାଙ୍କର ଏହି ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାନହାନୀ ମୋକଦ୍ଦମା ହୋଇଥିଲା। ଏହାର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଭାରତର ସୀମାକୁ ଚୀନ ଦଖଲ କରିଛି ବୋଲି ଆପଣ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। କଣ ପ୍ରମାଣ ଅଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଡିସେମ୍ବର 2022ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ-ଚୀନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏହାକୁ ନେଇ ରାହୁଲ ଗାନ୍ଧି ଦେଇଥିଲେ ବିବାଦୀୟ ମନ୍ତବ୍ୟ। ତେବେ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ ମଧ୍ୟ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ ସ୍ଥଗିତାଦେଶ ଜାରିଛନ୍ତି।