Saturday, February 21, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜିଠୁ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ

Sanchar Live by Sanchar Live
February 21, 2026
in କ୍ରୀଡ଼ା
0
ଆଜିଠୁ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ
0
SHARES
18
VIEWS
FacebookTwitter

ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ ବ୍ୟାଟିଂ ୟୁନିଟ୍‌ ଏପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ କରିପାରିନାହିଁ। ଅନ୍ୟପକ୍ଷରେ ପାକିସ୍ତାନ ସ୍ପିନ୍‌ ୟୁନିଟ୍‌ରେ ବିବିଧତା ରହିଛି। ତେଣୁ ଆଗାମୀ ମ୍ୟାଚ୍‌ ବେଶ୍‌ ରୋଚକ ହେବା ଆଶା ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ୪ ମ୍ୟାଚ୍‌ରୁ ୩ ବିଜୟ ଓ ୧ ପରାଜୟ ସହ ୬ ପଏଣ୍ଟ ପାଇ ଗ୍ରୁପ୍‌ ‘ଡି’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଆଫଗାନିସ୍ତାନ, ୟୁନାଇଟେଡ୍‌ ଆରବ ଏମିରେଟ୍ସ ଓ କାନାଡ଼ାକୁ ହରାଇଥିବାବେଳେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଥିଲା। ସେହିପରି ପାକିସ୍ତାନ ଗ୍ରୁପ୍‌‘ଏ’ରେ ୪ ମ୍ୟାଚ୍‌ରୁ ୩ ବିଜୟ ଓ ୧ ପରାଜୟ ସହିତ ୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜିତ ହୋଇଥିବାବେଳେ ନେଦରଲାଣ୍ଡ୍ସ, ଆମେରିକା ଓ ନାମ୍ବିୟାକୁ ପରାସ୍ତ କରିଥିଲା। ସୁପର-୮ର ଗ୍ରୁପ୍‌-୨ରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବ୍ୟତୀତ ଇଂଲଣ୍ଡ ଓ ଶ୍ରୀଲଙ୍କା ରହିଛି। ତେଣୁ ପ୍ରତି ଦଳ ଲାଗି ପ୍ରଥମ ମ୍ୟାଚ୍‌ ବହୁ ଗୁରୁତ୍ୱପୂର୍ଣ୍ଣ ରହିବ।

ଟିମ୍‌ ସିଫର୍ଟ ଓ ଫିନ୍‌ ଆଲେନ୍‌ଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟରମାନେ ଏପର୍ଯ୍ୟନ୍ତ ଧମାକାଦାର ପ୍ରଦର୍ଶନ କରିପାରିନାହାନ୍ତି। ମିଡଲ ଅର୍ଡରରେ ଥିବା ଗ୍ଲେନ୍‌ ଫିଲିପ୍ସ, ରାଚିନ ରବୀନ୍ଦ୍ର, ମାର୍କ ଚାପ୍‌ମାନ ଓ ଡାରିଲ ମିଚେଲ ସ୍ଥିର ପ୍ରଦର୍ଶନ ଦେବାକୁ ସଂଘର୍ଷ କରୁଛନ୍ତି। ଫିଲିପ୍ସ ଓ ରବୀନ୍ଦ୍ର ଯଦିଓ ଗୋଟିଏ ଲେଖାଏ ଅର୍ଦ୍ଧଶତକ ହାସଲ କରିଛନ୍ତି ତଥାପି ଓଭରଅଲ୍‌ ଆଶାନୁରୂପ ଖେଳ ଦେଖାଇପାରିନାହାନ୍ତି। ରବୀନ୍ଦ୍ର କାନାଡ଼ା ବିପକ୍ଷରେ ୫୯ ରନ୍‌ କରିଥିଲେ ହେଁ ମୋଟ୍‌ ୪ ମ୍ୟାଚ୍‌ରୁ ୭୨ ରନ୍‌ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ଚଳିତ ଟୁର୍ନାମେଣ୍ଟରେ ଏହି ଦଳ ପ୍ରଥମଥର ପାଇଁ କଲମ୍ବୋରେ ଖେଳିବାକୁ ଯାଉଛି। ତେଣୁ ପରିବେଶ ସହିତ ଖାପ ଖୁଆଇବାକୁ ସମୟ ନେଇପାରେ। କଲମ୍ବୋର ସ୍ଲୋ ପିଚ୍‌ରେ ସ୍ପିନର ମିଚେଲ ସାଣ୍ଟନର, ଇଶ୍‌ ସୋଧି ଏବଂ ପାର୍ଟ ଟାଇମର ରବୀନ୍ଦ୍ର କିମ୍ବା ଫିଲିପ୍ସ ଉପଯୋଗୀ ହୋଇପାରନ୍ତି।

ଅନ୍ୟପକ୍ଷରେ ବିଶ୍ୱକପ୍‌ ଆରମ୍ଭରୁ ପାକିସ୍ତାନ କଲମ୍ବୋରେ ଖେଳିଆସୁଛି। ପ୍ରେମଦାସାରେ ୨ଟି ମ୍ୟାଚ୍‌ ଖେଳିସାରିଛି। ତେଣୁ ପିଚ୍‌ ସହିତ ଏହାର ବୋଲରମାନେ ବେଶ୍‌ ଅଭ୍ୟସ୍ତ ଅଛନ୍ତି। ଉସ୍‌ମାନ ତାରିକ, ଆବ୍ରାର ଅହମଦ, ସାଇମ ଆୟୁବ, ମହମ୍ମଦ ନଓ୍ବାଜ ଓ ଶଦାବ ଖାଁଙ୍କୁ ନେଇ ପାକିସ୍ତାନ ସ୍ପିନ୍‌ ୟୁନିଟ୍‌ ବେଶ୍‌ ଦୃଢ଼ ଥିଲେ ହେଁ ବ୍ୟାଟିଂକୁ ନେଇ ଏହି ଦଳର ଚିନ୍ତା ରହିଛି। ଶାହିବଜାଦା ଫର୍‌ହାନ ଭଲ ଫର୍ମରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ବ୍ୟକ୍ତିଗତ ସର୍ବାଧିକ ୨୨୦ ରନ୍‌ ସଂଗ୍ରହ କରିଛନ୍ତି। ତେବେ ନ୍ୟୁଜିଲାଣ୍ଡ ପରି ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ପାକିସ୍ତାନ ବ୍ୟାଟରଙ୍କୁ ଦଳଗତଭାବେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟର ବାବର ଆଜମ ଏପର୍ଯ୍ୟନ୍ତ ୪ ମ୍ୟାଚ୍‌ରୁ ୬୬ ରନ୍‌ ସଂଗ୍ରହ କରିଛନ୍ତି। ଏହି ପୂର୍ବତନ ଅଧିନାୟକ ସଂଘର୍ଷ କରୁଥିବାରୁ ତାଙ୍କ ସ୍ଥାନରେ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଫଖର ଜମାନଙ୍କୁ ନେବାକୁ ଚିନ୍ତା କରିପାରେ। ସେ ଏପର୍ଯ୍ୟନ୍ତ ଗୋଟିଏହେଲେ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନାହାନ୍ତି। ଅଭିଜ୍ଞ ବୋଲର ଶାହିନ୍‌ଶାହା ଆଫ୍ରିଦୀଙ୍କ ପ୍ରଦର୍ଶନ ମଧ୍ୟ ଦଳ ଲାଗି ଚିନ୍ତାଜନକ ରହିଛି। ସେ ୩ ମ୍ୟାଚ୍‌ରୁ ୩ ଉଇକେଟ ନେଇଥିବାରୁ ନାମ୍ବିୟା ବିପକ୍ଷ ନିଶ୍ଚିତ ବିଜୟ ଆବଶ୍ୟକ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ।

Tags: super 8t20 worldcup
ShareTweetShareSend
Sanchar Live

Sanchar Live

Next Post
ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ

ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କେନ୍ଦ୍ରାପଡ଼ାରେ ଲଜ୍ଜା, ପୁଣି ଗୁରୁ ନାଁରେ କଳଙ୍କ !
  • ଏଣିକି କାଚ ବୋତଲରେ ମିଳିବନି ମଦ
  • ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ
  • ଆଜିଠୁ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ
  • ରାସ୍ତାକଡ଼ରୁ ଉଦ୍ଧାର ହେଲା ନବଜାତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.