<h1 class="jeg_post_title">ଆହୁରି ବିଳମ୍ବ ହେବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ। ପୃଥିବୀକୁ ଫେରିବା ପାଇଁ ମହାକାଶକୁ ଯେଉଁ ରକେଟ୍ ଯାଇଥାନ୍ତା ତାହାର ହାଇ଼ଡ୍ରୋଲିକ୍ ବିଫଳତା ଓ ଭୀଷଣ ପବନ କାରଣରୁ ଶେଷ ସମୟରେ ଏହାର ପ୍ରେରଣକୁ ସ୍ଥଗିତ ରଖାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏବଂ ଏଲନ୍ ମସ୍କଙ୍କ କଂପାନୀ ସ୍ପେସ ଏକ୍ସ ପକ୍ଷରୁ ମହାକାଶକୁ ପ୍ରେରିତ ହେବାକୁ ଥିବା ଫାଲକନ୍-ନାଇନ୍ ଟକେଟକୁ ଶେଷ ସମୟରେ ସ୍ଥଗିତ ରଖାଯାଇଛି। ଆଜି ଅର୍ଥାତ୍ ମାର୍ଚ୍ଚ ୧୩ ତାରିଖ ଭାରତୀୟ ସମୟ ଭୋର୍ ୪.୨୭ରେ ଏହା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଅଭିମୁଖେ ଉଡ଼ାଣ ଭରିଥାନ୍ତା। ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରର ଲଞ୍ଚ କଂପ୍ଲେକ୍ସ ୩୯-Aରୁ କ୍ରିଉ-ଟେନ୍ ମିଶନ୍ ଆରମ୍ଭ ହୋଇଥାନ୍ତା। ଏହାର ମାତ୍ର ଘଣ୍ଟାଏ ପୂର୍ବରୁ ମିଶନକୁ ସ୍ଥଗିତ ରଖାଗଲା। ନାଶାର ମହାକାଶଚାରୀ ଆନେ ମ୍ୟାକଲେନ, ନିକୋଲାସ୍ ଆୟାର, ଜାପାନ ମହାକାଶଚାରୀ ତାକୁୟା ଓନିସି ଏବଂ କିରିଲ୍ ପେସକୋଭ୍ ସୁରକ୍ଷିତ ଭାବେ ରକେଟରୁ ବାହାରକୁ ଆସିଯାଇଛନ୍ତି। ତେବେ ଶୁକ୍ରବାର ପୁଣିଥରେ ମିଶନ ଆରମ୍ଭ ହେବ ବୋଲି ନାସା ସୂଚନା ପ୍ରଦାନ କରିଛି। ଦୀର୍ଘ ୯ ମାସ ହେଲାଣି ସୁନୀତା ଏବଂ ବୁଚ୍ ୱିଲମୋର ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି। କ୍ରିଓ-୧୦ ମିଶନରେ ସେମାନେ ପୃଥିବୀ ଫେରିବାର ଆଶା ସଂଚାର ହୋଇଥିବା ବେଳେ ମିଶନକୁ ହଠାତ୍ ସ୍ଥଗିତ ରଖିବା ପୁଣିଥରେ ସେମାନଙ୍କ ଫେରିବାକୁ ନେଇ ସନ୍ଦେହ ସୃଷ୍ଟି କରିଛି ।</h1> <div class="jeg_meta_container"> <div class="jeg_post_meta jeg_post_meta_1"></div> </div>