ସଂଚାର ବ୍ୟୁରୋ: ସୁନ୍ଦରଗଡ଼ରେ ଖଣି ସିଲ ପରେ ପୁଣି ଆରମ୍ଭ ହେଲା ଚଢ଼ାଉ।ଆଜି ପୁଣି ତୃତୀୟ ଦିନରେ ଚଢ଼ାଉ ଆରମ୍ଭ କଲା ଖଣି ବିଭାଗର ଟିମ। ଗତକାଲି ଜିଲ୍ଲାପ୍ରଶାସନ ଓ ଖଣି ବିଭାଗ ଲୁହାପଥର କୋଲ ୱାସେରିକୁ ସମ୍ପୂର୍ଣ ଭାବରେ ସିଲ କରିବା ସହ ଲାଇସେନ୍ସକୁ ରଦ୍ଦ କରି ଥାନାରେ କମ୍ପାନୀ ବିରୁଦ୍ଧରେ ଏଫଆଇଆର କରିଛି ଖଣି ବିଭାଗ। ଆଜି ପୁଣି ଚଢ଼ାଉ କରି କମ୍ପାନୀ କାର୍ଯ୍ୟ ବନ୍ଦ କରିଛି କି ନାଇଁ ତାହା ଦେଖୁଛନ୍ତି ଖଣି ଅଧିକାରୀ। ଏହା ସହ ବିଶୋଧିତ ବେଆଇନ କୋଇଲାର ମାପ ଆରମ୍ଭ କରିଛି ଖଣି ବିଭାଗର ସ୍ୱତନ୍ତ୍ର ଟିମ