ସଂଚାର ବ୍ୟୁରୋ: ସୁନ୍ଦରଗଡ ଟାଉନ ଥାନା ପୋଲିସର ସଫଳତା । ଦୀର୍ଘ ଦିନ ଧରି ସହରରେ ଲୁଟ କରୁଥିବା ଦୁଇ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇଜଣ ହେଲେ ଡେଙ୍ଗିଭାଡି ଅଞ୍ଚଳର ଏମଡି ଇକୁ ଓରଫ୍ ଆକ୍ରମ ଓ ଏମଡି ମୋବିନ। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ସହ ଏକ କଟୁରୀ, ୧୦ ଟି ମୋବାଇଲ ଓ ନଗଦ ୪ ହଜାର ୫ଶହ ଟଙ୍କା ଜବତ କରାଯାଇଛି । ଏନେଇ ସୁନ୍ଦରଗଡ ଟାଉନଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ । ବାହାର ରାଜ୍ୟର ଶ୍ରମିକ ଓ ଲେବର ମାନଙ୍କୁ ଏହି ଗ୍ୟାଙ୍ଗ୍ ଟାର୍ଗେଟ କରୁଥିଲେ । ବନ୍ଧୁକ ମୁନରେ ଟଙ୍କା ଓ ମୋବାଇଲ୍ ଲୁଟ କରି ଫେରାର ହୋଇଯାଉଥିଲେ । ଏନେଇ ଗତ ୧୫ ତାରିଖରେ ପଶ୍ଚିମବଙ୍ଗରୁ ଆସିଥିବା ମିସ୍ତ୍ରୀ ଆକବର ଏସକେ ସୁନ୍ଦରଗଡ ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

