ସଂଚାର ବ୍ୟୁରୋ: ଭାଇ, ଭଉଣୀର ସମ୍ପର୍କ ସ୍ନେହ, ପ୍ରେମ, ଶ୍ରଦ୍ଧା, ଓ ସମ୍ମାନର ସମ୍ପର୍କ । ଏହି ପବିତ୍ର ସମ୍ପର୍କ ସଂସାରର ସବୁଠାରୁ ସ୍ନେହଭରା । ହେଲେ ପବିତ୍ର ସମ୍ପର୍କରେ ଲାଗିଛି ପାପର ଛିଟା । ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅବୈଧ ପ୍ରେମ ସମ୍ପର୍କ । ଆଉ ଯେତେବେଳେ ଜୀବନ ରକ୍ଷା କରୁଥିବା ଭାଇ ଭକ୍ଷକ ସାଜି ଭଉଣୀର ଜୀବନ ନେବାକୁ ଚେଷ୍ଟା କଲା, ସେତେବେଳେ ଯାଇ ଏପରି ନିଷିଦ୍ଧ ସମ୍ପର୍କ ପଦାକୁ ଆସିଲା ।
ସୁନ୍ଦରଗଡ ଜିଲ୍ଲାରେ ଘଟିଛି ଏପରି ଏକ ଘଟଣା ଯାହା ସଭ୍ୟ ସମାଜକୁ ଲଜ୍ଜିତ କରିଛି ଆଜ୍ଞା । ଘଟଣାର ପର୍ଦ୍ଦାଫାଶ୍ ହେଲା ଯେତେବେଳେ ବଣାଇ ଥାନା ଅନ୍ତର୍ଗତ ବାସୁଡ଼ିହି ଜଙ୍ଗଲରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହେଲା ଜଣେ ନାବାଳିକା । ଆଉ ଉଦ୍ଧାର ପରେ ଜଣାପଡିଲା ନାବାଳିଟି ୬ ମାସର ଗର୍ଭବତୀ । ଯାହାର ଏବେବି ରାଉରକେଲା ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।
ସୂଚନା ମୁତାବକ, ଗତ ୬ ତାରିଖରେ ବାପ ଛେଉଣ୍ଡ ୧୬ ବର୍ଷୀୟା ନାବାଳିକା ନିଜ ଘରୁ କୁଆଡେ ପଳାଇଥିଲା । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ କିନ୍ତୁ ପାଇନଥିଲେ । ତା ପରଦିନ ଅର୍ଥାତ୍ ୭ ତାରିଖ ସନ୍ଧ୍ୟା ସମୟରେ କିଛି ଗ୍ରାମବାସୀ ଜଙ୍ଗଲରେ ମୁର୍ମୁଷ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରିଥିଲେ । ଏହାପରେ ପରିବାର ଲୋକେ ଖବର ପାଇ ବଣାଇ ଚିକିତ୍ସାଳୟକୁ ନାବାଳିକାକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଗୁରୁତର ଅବସ୍ଥା ଥିବାରୁ ରାଉରକେଲା ଜେପି ହସ୍ପିଟାଲରେକୁ ସ୍ଥାନାନ୍ତରିତ କରାଯାଇଛି।