ଏଣିକି କ୍ୟାନ୍ସର ଜନିତ ଅପରେସନ ହେବ ସହଜ । ଭୁବନେଶ୍ବର ସମ ପକ୍ଷରୁ ଲାଇଭ ସର୍ଜରୀ ୱାର୍କସପ । ସମ ଗାଇନୋକୋଲୋଜି ସର୍ଜରୀ ବିଭାଗର ନିଆରା ପ୍ରୟାସ । ମିନିମାଲ ଇନଭାସିଭ ସର୍ଜରୀ ସମ୍ପର୍କରେ ଜାଣିଲେ ଡାକ୍ତର । ୱାର୍କସପରେ ଯୋଗ ଦେଲେ ୨ ଶହ ଜଣ ଡାକ୍ତର । ଏହି ସର୍ଜରୀ ପ୍ରଣାଳୀ ଖୁବ୍ ଶୀଘ୍ର ରୋଗୀକୁ ଆଶ୍ବସ୍ତି ଦେବ । ଏହା ପୂର୍ବରୁ ସର୍ଜରୀ ମାଧ୍ୟମରେ ଅତ୍ୟାଧୁନିକ ଚିକିତ୍ସାଶୈଳୀକୁ ବୁଝିଛନ୍ତି ଡାକ୍ତର, ପ୍ରଫେସର୍ । ଭୁବନେଶ୍ଵର ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ଆୟୋଜିତ ହୋଇଛି ଲାଇଭ ସର୍ଜରୀ ୱାର୍କସପ । ସମ ଗାଇନୋକୋଲୋଜି ସର୍ଜରୀ ବିଭାଗ ପକ୍ଷରୁ ଆୟୋଜିତ କନଫରେନ୍ସରେ ମୁଖ୍ୟ ଅତିଥି ଭାବେ ପୁନେର ବିଶିଷ୍ଟ ସର୍ଜନ ଡ. ଶୈଳେଶ ପୁନ୍ତାମ୍ୱକର ଯୋଗଦେଇ କ୍ୟାନସର ନିରାକରଣରେ ମିନିମାଲ ଇନଭାସିଭ ସର୍ଜରୀ ବିଷୟରେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ସମ ହସ୍ପିଟାଲ ସମେତ ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ପ୍ରାୟ ୨ ଶହ ବିଶିଷ୍ଟ ସର୍ଜନ ଯୋଗ ଦେଇଥିଲେ । Advanced minimal invasive ସର୍ଜରୀ ମାଧ୍ୟମରେ କିଭଳି ଜଣେ ରୋଗୀର ଚିକିତ୍ସାକୁ ସହଜ କରାଯାଇ ପାରିବ ସେନେଇ ସୂଚନା ଦିଆଯାଇଛି । କାର୍ଯ୍ଯକ୍ରମକୁ ଅପରେଟିଂ ସର୍ଜନ ପ୍ରଦୀପ କୁମାର ପାଣିଗ୍ରାହୀ ସହଯୋଗ କରିଥିବା ବେଳେ ସମ ହସ୍ପିଟାଲ ଡିନ ସଂଘମିତ୍ରା ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।