Saturday, July 19, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସମ୍ମମରେ ତୃତୀୟ ଥର ପାଇଁ ଅଂଗଦାନ, ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରର ଦୁଇ ଅଂଗ ଦୁଇ ଗୁରୁତର ରୋଗୀଙ୍କୁ ଦେଲା ନୂଆ ଜୀବନ

Sanchar Live by Sanchar Live
October 30, 2024
in ଓଡିଶା
0
ସମ୍ମମରେ ତୃତୀୟ ଥର ପାଇଁ ଅଂଗଦାନ, ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରର ଦୁଇ ଅଂଗ ଦୁଇ ଗୁରୁତର ରୋଗୀଙ୍କୁ ଦେଲା ନୂଆ ଜୀବନ
0
SHARES
16
VIEWS
FacebookTwitter

ସଂଚାର ବ୍ୟୁରୋ: ଅଂଗଦାନକୁ ନିରବଚ୍ଛିନ୍ନ ଭାବେ ପ୍ରୋତ୍ସାହନ ଦେଉଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରରେ ତୃତୀୟ ଥର ପାଇଁ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଦୁଇଟି ଅଂଗ ବାହାର କରାଯାଇ ରାଜଧାନୀର ଦୁଇଟି ହସ୍ପିଟାଲ୍ରେ ଥିବା ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପାଇଁ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି। ଦୀପାବଳି ପୂର୍ବରୁ ଅସୁସ୍ଥ ମଣିଷଙ୍କୁ ନୂତନ ଜୀବନ ଦେବାର ଏହି ଉଦ୍ୟମକୁ ବଳବତର ରଖିଛି ସମ୍ମମ୍।

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ୫୯ ବର୍ଷୀୟ ଅଲେଖ ପ୍ରସାଦ ପରିଡା ମସ୍ତିଷ୍କରେ ଗୁରୁତର ଆଘାତ (ବ୍ରେନ୍ ଷ୍ଟ୍ରୋକ୍)ର ସମସ୍ୟା ନେଇ ଗତ ୨୭ତାରିଖ ରାତିରେ ସମ୍ମମ୍ରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା ସହ ବ୍ରେନ୍ ଷ୍ଟେମ୍ ରିଫ୍ଲେକ୍ସ ପରୀକ୍ଷା ଅର୍ଥାତ୍ ମସ୍ତିଷ୍କ ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହା ଜାଣିବା ପାଇଁ ପରୀକ୍ଷା କରାଯାଇଥିଲା । ତେବେ ଏହି ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିବା ପରେ ଏକ ଆପ୍ନିଆ ଟେଷ୍ଟ ମଧ୍ୟ କରାଯାଇଥିଲା ଯେଉଁଥିରେ ସେ ବ୍ରେନ୍ ଡେଡ୍ ହୋଇଯାଇଥିବା ଜଣାପଡ଼ିଥିଲା ବୋଲି ତାଙ୍କୁ ଚିକିତ୍ସା କରୁଥିବା ସମ୍ମମ୍ର କ୍ରିଟିକାଲ୍ କେୟାର ମେଡିସିନ୍ର ସିନିୟର କନ୍ସଲ୍ଟାଂଟ ଡାକ୍ତର ଆଲୋକ ପାଣିଗ୍ରାହୀ ସୂଚନା ଦେଇଥିଲେ।
ବ୍ରେନ୍ ଡେଡ୍ ହୋଇଯିବା ପରେ ତାଙ୍କର ଅଂଗଦାନ ନିମନ୍ତେ ପରିବାରକୁ ଅନୁରୋଧ କରାଯାଇଥିଲା ଏବଂ ପରିବାରବର୍ଗ ମଧ୍ୟ ଏଥି ନିମନ୍ତେ ଇଚ୍ଛା ପ୍ରକାଶ କରିବା ପରେ ବୁଧବାର ତାଙ୍କ ଶରୀରର ଦୁଇଟି ଅଂଗକୁ ରାଜଧାନୀର ଦୁଇଟି ହସ୍ପିଟାଲ୍କୁ ପଠାଯାଇଥିବା କହିଛନ୍ତି ସମ୍ମମ୍ର ନ୍ୟୁରୋସର୍ଜରୀ ବିଭାଗର ସିନିୟର କନ୍ସଲ୍ଟାଂଟ ଡାକ୍ତର ସୋମନାଥ ଜେନା । ହସ୍ପିଟାଲରେ ତୃତୀୟ ଥର ପାଇଁ ମୃତ ବ୍ୟକ୍ତିଙ୍କ ଶରୀରରୁ ଅଂଗଦାନ ପ୍ରକ୍ରିୟା ସଂପନ୍ନ କରାଯାଇଥିବା ବେଳେ ଏହି ପ୍ରକ୍ରିୟାକୁ ୩୦ ତମ ପର୍ଯ୍ୟନ୍ତ ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ। ଅଂଗଦାନ ପ୍ରକ୍ରିୟାକୁ ବହୁ ମାତ୍ରାରେ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ମଧ୍ୟରେ ଏ ଦିଗରେ ସଚେତନତା ଆଣିବା ସମ୍ମମର ଲକ୍ଷ୍ୟ ବୋଲି ଡକ୍ଟର ଦାଶ କହିଛନ୍ତି।
ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ୨୦୨୩ ଜୁନ୍ ମାସରେ ସମ୍ମମ୍ରେ ବ୍ରେନ୍ ଡେଡ୍ ହୋଇଥିବା ବ୍ୟକ୍ତି ପ୍ରସେନ୍ଜିତ ମହାନ୍ତିଙ୍କ ଶରୀରରୁ ଏକା ସଂଗେ ୫ ଟି ଅଂଗ ବାହାର କରାଯାଇ କଟକ ସମେତ ରାଜ୍ୟ ବାହାର ନୁଆଦିଲ୍ଲୀ ଓ କୋଲ୍କାତାର ହସ୍ପିଟାଲକୁ ମଧ୍ୟ ପଠାଯାଇ ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ଓ ସେମାନେ ନୂତନ ଜୀବନ ପାଇଥିଲେ ବୋଲି ଡକ୍ଟର ଦାଶ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ମୃତ ପ୍ରସେନ୍ଜିତଙ୍କ ପତ୍ନୀ ମୃଦୁମଞ୍ଜରୀଙ୍କୁ ମଧ୍ୟ ସମ୍ମମ୍ର ରେଡିଓଲୋଜି ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।

ସେହିପରି ୯ ମାସର ବ୍ୟବଧାନ ପରେ ଦ୍ୱିତୀୟ ଥର ପାଇଁ ୨୦୨୪ ମାର୍ଚ୍ଚ ମାସରେ ପୁଣି ଥରେ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତି କୃଷ୍ଣ ଚନ୍ଦ୍ର ମହାଭୋଇଙ୍କ ଶରୀରରୁ ଦୁଇଟି ଅଂଗ ବାହାର କରାଯାଇ ମୁମ୍ବାଇ ଓ କୋଲକାତାରେ ଚିକିତ୍ସାଧୀନ ଥିବା ଦୁଇଜଣ ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପଠାଯାଇଥିଲା ବୋଲି ସେ କହିଛନ୍ତି। ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)ର ସମସ୍ତ ନିୟମାବଳୀକୁ ଅନୁସରଣ କରାଯାଇ ଏହି ଅଂଗଦାନ ପ୍ରକ୍ରିୟା ସମ୍ପନ୍ନ କରାଯାଉଥିବା ଡକ୍ଟର ଦାଶ କହିଛନ୍ତି।
ଏହି ଅଂଗଦାନ ପ୍ରକ୍ରିୟା ଅନେକ ଗୁରୁତର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରିବାରେ ସହାୟକ ହେଉଥିବା ବେଳେ ଏହି କାର୍ଯ୍ୟକୁ ତୁଲାଇବାରେ ଅଗ୍ରଣୀ ଭୂମିକା ସମ୍ମମ୍ ନେଇଛି ବୋଲି କହିଛନ୍ତି ହସ୍ପିଟାଲ୍ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର। ଏହି ପ୍ରକ୍ର୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।

Tags: odishasum hospital
ShareTweetShareSend
Sanchar Live

Sanchar Live

Next Post
୨ ନର୍ସ ପ୍ରେମିକାଙ୍କ ସହ ମିଶି ସ୍ତ୍ରୀକୁ ମାରିଦେଲା ସଇତାନ ସ୍ବାମୀ

୨ ନର୍ସ ପ୍ରେମିକାଙ୍କ ସହ ମିଶି ସ୍ତ୍ରୀକୁ ମାରିଦେଲା ସଇତାନ ସ୍ବାମୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ନୋଟିସ ଜାରି କଲା AIIMS; ହସ୍ପିଟାଲ ପରିସରରେ ନାରାବାଜି କରିବାକୁ ମନା
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ
  • ଆକ୍ରମଣର ପ୍ରତିଶୋଧ ନେବେ କି ଖାମେନି ?
  • ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ
  • ଆଜି ଏହି ରାଶିର ଲୋକଙ୍କୁ ମିଳିବ ଖୁସି ଖବର

Recent Comments

No comments to show.

Archives

  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.