ସଂଚାର ବ୍ୟୁରୋ: ପୁଣି ରକ୍ତରଞ୍ଜିତ ହେବ ଶୁଲିଆ ପୀଠ । ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ ଆଦିବାସୀଙ୍କ ପାରମ୍ପରିକ ଶୁଲିଆ ଯାତ୍ରା I ବଲାଙ୍ଗିର ଜିଲ୍ଲା ଖଇରଗୁଡାର ବଡଖଳା ଓ କୁମୁରିଆର ସାନଖଳାରେ ପଡିବ ବଳି I ଯାତ୍ରାକୁ ସୁରୁଖୁରୁରେ ସାରିବା ପାଇଁ ଯାତ୍ରା କମିଟି ସହ ଜିଲ୍ଲା ପ୍ରଶାସନ ବୈଠକ କରାଯାଇଛି I ସମ୍ପୂର୍ଣ୍ଣ ଆଦିବାସୀ ପରାମ୍ପରା ଅନୁସାରେ ବଳି ପଡ଼ିବ ବୋଲି ଶୁଳିଆ ଯାତ୍ରା ମହୋତ୍ସବ କମିଟି ବୈଠକରେ ଘୋଷଣା କରିଛି I