ଆପଣଙ୍କୁ ମିଠା ପସନ୍ଦ କି? ଚିନି ଖାଇବା ଦ୍ବାରା ଅନେକ କ୍ଷତି ହୋଇଥାଏ । ଯଦି ମିଠା ଖାଇବାକୁ ନେଇ ଆପଣବି ଚିନ୍ତାରେ ରହିଛନ୍ତି ତେବେ ଏବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣଙ୍କୁ କିଛି ଭଲ ବିକଳ୍ପ ବିଷୟରେ କହିବୁ ଯାହାକୁ ଆପଣ ଆପଣ ଚିନି ବଦଳରେ ବ୍ୟବହାର କରିପାରିବେ ।
ମିଠାପ୍ରେମୀମାନେ ଏବେ ମିଠା ଖାଇପାରିବେ । ଏହି ବିଶେଷ ଜିନିଷଗୁଡ଼ିକ ଆପଣଙ୍କୁ କେବଳ ପ୍ରଚୁର ମିଠା ଦେବ ନାହିଁ । ଏହା ଛଡ଼ା ଅନେକ ପୋଷକ ତତ୍ତ୍ୱ ଯୋଗାଇବ ଯାହା ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଚିନି ବଦଳରେ ଏହି ଜିନିଷଗୁଡ଼ିକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଦ୍ୱାରା କେବଳ ମଧୁମେହ ନୁହେଁ ବରଂ ମେଦବହୁଳତା, ହୃଦରୋଗ, ଡିପ୍ରେସନ ଏବଂ ସ୍କିନ୍ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ନିୟନ୍ତ୍ରଣ ହୋଇପାରିବ ।
ଗୁଡ଼:- ସମସ୍ତଙ୍କ ଘରେ ଗୁଡ଼ ଖୁବ୍ ପରିଚିତ । ଏଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ରହିଛି । ଯାହା ରକ୍ତରେ ଶର୍କରାର ହଠାତ୍ ବଢାଏ ନାହିଁ। ଆପଣ ଏହାକୁ ଆପଣଙ୍କ ଚା, ଗରମ କ୍ଷୀରରେ ମିଶାଇ ପିଇ ପାରିବେ । ଯାହାକୁ ଉତ୍ତମ ବିକଳ୍ପ ବୋଲି କୁହାଯାଇପାରିବ । ଏହା ଖାଇବା ଦ୍ବାରା ପାଚନ ପ୍ରକ୍ରିୟା ଉନ୍ନତି ହୋଇଥଏ । ଶରୀରକୁ ସୁସ୍ଥ ରଖିବା ସହ ପେଟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
ଖଜୁରୀ:- ଖଜୁରୀ ପ୍ରାକୃତିକ ଭାବରେ ବହୁତ ମିଠା ଓ ନରମ ଏଥିରେ ପ୍ରଚୁର ପରିମାଣରେ ଫାଇବର ଭରପୂର ହୋଇ ରହିଥାଏ । ଖଜୁରୀରେ ଥିବା ଫାଇବର ରକ୍ତକୁ ପରିସ୍କାର କରିଥାଏ । ଯାହା ଶରୀରରଙ୍କୁୁ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ । ଏଥିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି । ଏହା ଖାଇବା ଦ୍ବାରା ତୁରନ୍ତ ଶକ୍ତି ମିଳିଥାଏ ତା’ ସହ ହଜମରେ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ନଡ଼ିଆ ଚିନି:- ନଡ଼ିଆ ଚିନି ନଡ଼ିଆ ରସରୁ ତିଆରି ହୋଇଥାଏ। ଏହାର ସ୍ୱାଦ କାରାମେଲ ପରି ହୋଇଥାଏ। ଏଥିରେ ସାଧାରଣ ଚିନି ତୁଳନାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) କମ୍ ଥାଏ । ଏହା ଶରୀରରେ ଶର୍କରାର ଦ୍ରୁତ ଗତିରେ ବଢାଏ ନାହିଁ । ଏଥିରେ ଜିଙ୍କ୍, ପୋଟାସିୟମ୍,ଆଇରନ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ କମ୍ ପରିମାଣରେ ଥାଏ । ଏହାକୁ ଖାଇବା ପରେ ଅଧିକ ସମୟ ପଯ୍ୟନ୍ତ ସତେଜ ରଖିଥାଏ ଓ କ୍ଳାନ୍ତ ଅନୁଭବ କରାଏ ନାହିଁ ।