ସଂଚାର ବ୍ୟୁରୋ: ସବୁ CBSE ସ୍କୁଲରେ ଲଗାଯିବ ସୁଗାର ବୋର୍ଡ । କେତେ ପରିମାଣର ମିଠା, ଚିନି, ତେଲ ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ କରାଯିବ ସଚେତନ । ସମ୍ବଲପୁରରେ ‘କାର୍ଡିଓଲଜିକାଲ ସୋସାଇଟି ଅଫ୍ ଇଣ୍ଡିଆ’ ଓଡ଼ିଶା ଶାଖାର ବାର୍ଷିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏବେ ଦେଶରେ ମେଦବହୁଳତା ଏକ ବଡ଼ ସମସ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶରେ ବଢୁଥିବା ଓବେସିଟି ନେଇ ବାରମ୍ବାର ଚିନ୍ତା ପ୍ରକଟ କରୁଛନ୍ତି।
ଶରୀରରେ ବଢୁଥିବା ମେଦବହୁଳତା ଉପରେ ସମସ୍ତେ ଧ୍ୟାନ ଦେବା ଜରୁରୀ। ଏ ଦିଗରେ ପିଲାଙ୍କୁ ସ୍କୁଲ ସମୟରୁ ସଚେତନ କରାଯିବାକୁ ଶିକ୍ଷା ବିଭାଗ ଗୁରୁତ୍ବ ଦେଉଛି। ପ୍ରତି ସିବିଏସଇ ସ୍କୁଲରେ ସୁଗାର ବୋର୍ଡ ଲଗାଯିବାକୁ ନିଷ୍ପତ୍ତି ହୋଇଛି ।
କେନ୍ଦ୍ରମନ୍ତ୍ରୀ ଏହି ସମାବର୍ତ୍ତନ ଉତ୍ସବରେ ମେଡାଲ୍ ପାଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ବିଶ୍ଵବିଦ୍ୟାଳୟର ପିଏଚଡି ଡିଗ୍ରୀ ଧାରୀ ଛାତ୍ରଛାତ୍ରୀଙ୍କୁ ଆୱାର୍ଡ ପ୍ରଦାନ କରାଯାଇଛି । ୨୦ ଜଣଙ୍କୁ ଡୋନେଟେଡ ଗୋଲ୍ଡ ମେଡାଲ, ୩୯ ଜଣଙ୍କୁ ବିଶ୍ଵବିଦ୍ୟାଳୟ ଗୋଲ୍ଡ ମେଡାଲ , ବିଭିନ୍ନ ବିଭାଗରେ ୧୦୨ ଜଣଙ୍କୁ ଡକ୍ଟର ଅଫ ଫିଲୋସୋପି, ଡାକ୍ତରୀ ବିଜ୍ଞାନ, ଡାକ୍ତର ଲିଟରେଚରରେ ଜଣେ ଲେଖାଏଁଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।
ସମ୍ବଲପୁର ବିଶ୍ଵବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୌଶଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପୂର୍ବରୁ ମା’ ସମଲେଶ୍ଵରୀଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭବପତି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।