ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ପ୍ଲଟିଂ କରି ବିକ୍ରି କରିବା ଘଟଣା। ମହାପ୍ରଭୁଙ୍କ ଜମି ଜବରଦଖଲକାରୀଙ୍କୁ ଲାଗିଲା ବଡ଼ ଝଟ୍କା। ମହାପ୍ରଭୁଙ୍କ ଜମିରେ ଲାଗିଲା ଶ୍ରୀମନ୍ଦିର ପ୍ରଶାସନର ସୂଚନା ଫଳକ। ନିଜସ୍ଵ ଭୂସମ୍ପତ୍ତି ବୋଲି ଫଳକ ଲଗାଇ ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ।
ଜଗନ୍ନାଥଙ୍କ ଜମିରେ ଅନଧିକାର ପ୍ରବେଶ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଫଳକରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଉଲ୍ଲେଖ କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ତାଳବଣିଆ ମୌଜା ଖାତା ନମ୍ବର୍ ୭୯୧ ର ୬ଟି ପ୍ଲଟର ପ୍ରାୟ ୫୦ ଡିସିମାଲ୍ ଜାଗାକୁ ତାର ବାଡ ବୁଲାଇ ଜବରଦଖଲ କରାଯାଇଥିଲା। କୁମ୍ଭାରପଡ଼ା ଥାନାରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଥିଲା।