ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆଜିଠୁ ସୁଭଦ୍ରା ଯୋଜନା ନୂତନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ । ସୁଭଦ୍ରାରେ ଯୋଡ଼ିହେବେ ନୂଆ ହିତାଧିକାରୀ। ଆଜିଠାରୁ ଏପ୍ରିଲ ୩୦ ଏକ ମାସ ଯାଏଁ ପଞ୍ଜିକରଣ ଅବଧି ରହିଛି । ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ।ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର (ସିଏସସି) ଏବଂ ଆମ ସେବା କେନ୍ଦ୍ର (ଏଏସ୍କେ) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜିକୃତ କରାଯିବ। ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ଦିଆଯିବ।
ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣ କରାଯିବନାହିଁ । ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥି ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ମାନଦଣ୍ଡ ଅନୁଯାୟୀ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା, ଯୁବତୀମାନେ ସୁଭଦ୍ରାରେ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ। କିନ୍ତୁ ଯେଉଁ ମହିଳା ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାଁନ୍ତି, କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ।
ସେପଟେ ରାଜ୍ୟ ସରକାରଙ୍କ ପ୍ରମୁଖ ମହିଳା ସଶକ୍ତିକରଣ ଯୋଜନା ‘ସୁଭଦ୍ରା’ ପ୍ରଭାବରେ ହିତାଧିକାରୀମାନଙ୍କ ସଞ୍ଚୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)ର ଗବେଷଣା ଶାଖା ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ‘ସୁଭଦ୍ରା’ ଯୋଜନା ହିତାଧିକାରୀଙ୍କ ସଞ୍ଚୟରେ ୪୫ ପ୍ରତିଶତ ବୃଦ୍ଧି ହୋଇଛି। ହିତାଧିକାରୀ ମାନଙ୍କ ବ୍ୟୟରେ ମଧ୍ୟ ୨୮ ପ୍ରତି ପ୍ରତିଶତର ବୃଦ୍ଧି ହୋଇଛି।ଖୋଲିଲା ସୁଭଦ୍ରା ପୋର୍ଟାଲ୍ । ନୂତନ ଆବେଦନ ଲାଗି ସୁଭଦ୍ରା ପୋର୍ଟାଲ ଗୋଟିଏ ମାସ ଖୋଲା ରହିବ । ଏହି ଅବଧିରେ ନୂଆ ଆବେଦନକାରୀ ସୁଭଦ୍ରା ଯୋଜନାରେ ଟଙ୍କା ପାଇବା ଲାଗି ଆବେଦନ କରିପାରିବେ ।ଏପ୍ରିଲ ୩୦ ଏକ ମାସ ପର୍ଯ୍ୟନ୍ତ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ ହୋଇପାରିବ ।
ଅନ୍ୟ ମହିଳାମାନଙ୍କ ତୁଳନାରେ ହିତାଧିକାରୀଙ୍କ ଆର୍ଥିକ ସ୍ଥିତିରେ ହୋଇଥିବା ଗୁଣାତ୍ମକ ଉନ୍ନତିକୁ ଦର୍ଶାଉଛି। ‘ସୁଭଦ୍ରା’ ଯୋଜନାରେ ଥିବା ୪୬ ପ୍ରତିଶତ ହିତାଧିକାରୀଙ୍କ ବୟସ ୩୦ରୁ ୪୪ ବର୍ଷ, ୩୧ ପ୍ରତିଶତଙ୍କ ବୟସ ୪୫ରୁ ୪୯ ବର୍ଷ ଓ ୨୩ ପ୍ରତିଶତ ହିତାଧିକାରୀଙ୍କ ବୟସ ୩୦ ବର୍ଷରୁ କମ୍ ରହିଛି। ‘ସୁଭଦ୍ରା’ ଭଳି ବିନା ସର୍ଭ ଭିତ୍ତକ ନଗଦ ରାଶି ହସ୍ତାନ୍ତର ଯୋଜନା ଏବେ ରାଜ୍ୟଗୁଡ଼ିକର କଲ୍ୟାଣକାରୀ ଯୋଜନାଗୁଡ଼ିକର ହୋଇଛି। ଏଭଳି ଯୋଜନାର ଅର୍ଥନୈତିକ ପ୍ରଭାବ ସୁଦୂର ପ୍ରସାରୀ ରହିଛି। ତାହା ମହିଳାମାନଙ୍କୁ ଆବଶ୍ୟକ ଓ ଜରୁରୀକାଳୀନ ଆର୍ଥିକ ସ୍ବାଧୀନତା ପ୍ରଦାନ କରିଥିବା ରିପୋର୍ଟରେ କୁହାଯାଇଛି। ବିଶେଷ କରି ସମାଜର ତଳ ପାହାଚରେ ରହୁଥିବା ୫୦ ପ୍ରତିଶତ ମହିଳାଙ୍କ ପାଇଁ ଏହି ଯୋଜନା ବିଶେଷ ସହାୟକ ହୋଇପାରିଥିବା ରିପୋର୍ଟରେ ଦର୍ଶାଯାଇଛି।
ଏଭଳି ଯୋଜନାର ମହତ୍ଵ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ତାହା ମହିଳାମାନଙ୍କୁ ଆର୍ଥିକ ସୁରକ୍ଷା,ଅର୍ଥରାଶି ଉପରେ ନିୟନ୍ତ୍ରଣ,ଡିଜିଟାଲ ଅନ୍ତର୍ଭୁକ୍ତିକରଣ ଓ ଲଘୁ ଉଦ୍ୟୋଗ ଗଠନର ସମ୍ଭାବନାକୁ ବଢ଼ାଉଛି। ଫଳରେ ମହିଳାମାନଙ୍କ ସମଗ୍ର ସାମାଜିକ- ଆର୍ଥିକ ସ୍ଥିତିରେ ଉନ୍ନତି ହେଉଛି। ହିତାଧିକାରୀମାନେ ପାଉଥିବା ଟଙ୍କାକୁ ଘର ଚଳାଇବା କାର୍ଯ୍ୟ, ନିଜ ବ୍ୟବସାୟ ଆରମ୍ଭ କରିବା, ଋଣ ଶୁଝିବା ଓ ନିଜ ଦକ୍ଷତା ବଢ଼ାଇବାରେ ଖର୍ଚ୍ଚ କରୁଥିବା ରିପୋର୍ଟରେ କୁହାଯାଇଛି।ଯୋଜନାରେ ସାମିଲ ହୋଇ ନ ଥିବା ମହିଳାଙ୍କ ତୁଳନାରେ ସାମିଲ ହୋଇଥିବା ମହିଳାମାନଙ୍କ ସଞ୍ଚୟ ରାଶି ବୃଦ୍ଧି ପାଇଥିବା ଏଥିରେ କୁହାଯାଇଛି। ଯୋଜନାରେ ସାମିଲ ହେବା ପରଠାରୁ ସେମାନଙ୍କ ବ୍ୟାଙ୍କ ଖାତାର ମାସିକ ବାଲାନ୍ସରେ ୪୫ ପ୍ରତିଶତର ବୃଦ୍ଧି ହୋଇଛି।
