ସଂଚାର ବ୍ୟୁରୋ: ସୁଭଦ୍ରା ଯୋଜନାର ଏସଓପି ପାଇଁ ଜିଲ୍ଲାପାଳ ମାନଙ୍କୁ ଫିଡ଼ବ୍ୟାକ ମାଗିଲେ ରାଜ୍ୟ ସରକାର।ଗ୍ରାଉଣ୍ଡରେ ମହିଳାମାନଙ୍କ ଠାରୁ ଜନଅଡିଟ କରି ୧୪ ତାରିଖ ସୁଦ୍ଧା ଫିଡ଼ବ୍ୟାକ ଦେବେ ଜିଲ୍ଲାପାଳ। ଫିଡ଼ବ୍ୟାକ ଆସିବା ପରେ ଏସଓପିରେ ପରିବର୍ତ୍ତନ ହୋଇପାରେ। ଏସଓପି ଫାଇନାଲ ହେଲା ପରେ ଚୂଡ଼ାନ୍ତ ହେବ ହିତାଧିକାରୀଙ୍କ ସଂଖ୍ୟା। କିନ୍ତୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ସର୍ବାଧିକ ହେବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆବେଦନା ପ୍ରକ୍ରିୟାକୁ ବି ସହଜ କାରିବାକୁ ଫିଡ଼ବ୍ୟାକ ମଗାଯାଇଛି। ମୋବାଇଲ ଲିଙ୍କରେ ବି କିଭଳି ଆବେଦନ ହୋଇପାରିବ ସେ ନେଇ ସରକାର ଚେଷ୍ଟା କରୁଛନ୍ତି। ସେପ୍ଟେମ୍ବର ୧୭ ରେ ଆରମ୍ଭ ହେବ ସୁଭଦ୍ରା ଯୋଜନା।