ସଂଚାର ବ୍ୟୁରୋ: ୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ସୁଭଦ୍ରା ଯୋଜନାରୁ ବାଦ ପଡିବେ ଛାତ୍ରୀ । ସୁଭଦ୍ରା ଯୋଜନା ନିୟମାବଳୀ ଅନୁସାରେ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତା ଠାରୁ ଅଧିକ ହୋଇଥିବ ଏବଂ ୬୦ ବର୍ଷରୁ କମ ହୋଇଥିବା ଆବଶ୍ୟକ । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧିନରେ ଯଦି ୧୮ ହଜାର କିମ୍ବା ତା ଠାରୁ ଅଧିକ ସହାୟତା ପାଉଥିବେ ତେବେ ହିତାଧିକାରୀ ଅଯୋଗ୍ୟ ଘୋଷିତ ହେବେ । ସୁଭଦ୍ରା ଯୋଜାନର ଏହି ଗାଇଡଲାଇନ ଅନୁଯାୟୀ ଅଯୋଗ୍ୟ ଚିହ୍ନଟ ଲାଗି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶିକା ମୋନିସା ବାନାର୍ଜୀ ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗକୁ ଚିଠି ଲେଖିଛନ୍ତି । ଏହାକୁ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୩ରୁ ୨୪ ଓ ୨୦୨୪ରୁ ୨୫ ଆର୍ଥିକ ବର୍ଷରେ ଯେଉଁ ହିତାଧିକାରୀମାନେ ୧୮ ହଜାର ଟଙ୍କାରୁ ଅଧିକ ସହାୟତା ପାଇଛନ୍ତି ତାହାର ତଥ୍ୟ ପ୍ରଦାନ ପାଇଁ ପତ୍ରରେ ଉଲ୍ଲେଖ ରହିଛି ।

