ସଂଚାର ବ୍ୟୁରୋ: ଆଜିଠୁ ଏକ ସପ୍ତାହ ପର୍ଯ୍ୟନ୍ତ ଆୟୋଜିତ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’ । ରାଜ୍ୟରେ ସୁଭଦ୍ରା ଫର୍ମ ବିତରଣ ଓ ପଞ୍ଜୀକରଣ ଜୋରସୋର ଆଗେଇ ଚାଲିଛି । ସମଗ୍ର ରାଜ୍ୟରେ ଆଜି ସୁଦ୍ଧା 45 ଲକ୍ଷ ଫର୍ମ ହେଲାଣି ପଞ୍ଜୀକରଣ ହୋଇସାରିଛି । ଯୋଜନା ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରତି ବ୍ଲକ ଓ ପଞ୍ଚାୟତରେ ‘ସୁଭଦ୍ରା ସ୍ବାଗତ ସପ୍ତାହ’ର ଆୟୋଜନ କରାଯିବ।
ଯେଉଁଥିରେ ପ୍ରତି ପଞ୍ଚାୟତରେ ‘ପଥପ୍ରାନ୍ତ ନାଟକ’ ଆଦିର ଆୟୋଜନ କରାଯିବ । ଏହା ସହ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ମାଧ୍ୟମରେ ସଚେତନ କରାଯିବ । ପ୍ରତି ଅଞ୍ଚଳର ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଆଖ୍ୟା ଦିଆଯିବ । ‘ସୁଭଦ୍ରା ଅପା’ର କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରି’ ଭାବେ ପ୍ରଚାର କରାଯିବ।