ସଂଚାର ବ୍ୟୁରୋ: ସୁଭଦ୍ରାକୁ ନେଇ ବଡ ଅପଡେଟ। ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନୱାଡି କର୍ମୀ। ଏଥିପାଇଁ ସମସ୍ତଙ୍କ ଯାଞ୍ଚ ସରିଛି । ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବାକୁ ଆଜି ସନ୍ଧ୍ଯାରେ ବସିବ ଗୁରୁତ୍ଵପୂର୍ଣ୍ଣ ବୈଠକ । ଆସନ୍ତା ୨୪ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ବର୍ତ୍ତମାନ ସୁଦ୍ଧା ୧ କୋଟି ୧୬ ଲକ୍ଷରେ ପହଞ୍ଚିଲାଣି ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ଯା । ଗୋଟିଏ ମୋବାଇଲ ନମ୍ବର ସହ ଏକାଧିକ ଆକାଉଣ୍ଟ ଲିଙ୍କ ରହୁଛି। ସେଥିପାଇଁ ୫ ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଅପିଲ କଲେ ଉପମୁଖ୍ୟମନ୍ତ୍ରୀ।