ସଂଚାର ବ୍ୟୁରୋ: ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ । ରାଜଘାଟ ଠାରେ ବିପଦ ସଂଙ୍କେତ ୧୦.୩୬ ମିଟର ଥିବା ବେଳେ ଆଜି ସକାଳ ୮ ଟା ସୁଦ୍ଧା ୧୧.୩୩ ମିଟର ଜଳ ପ୍ରବାହିତ ହେଉଛି । ଗତକାଲି ପ୍ରଶାସନ ପକ୍ଷରୁ ଡାକବାଜି ଜନ୍ତ୍ର ସାହାଯ୍ୟରେ ଲୋକଙ୍କୁ ରାତିରେ ସୁରକ୍ଷୀତ ସ୍ଥାନରେ ରହିବା ପାଇଁ ନିବେଦନ କରାଯାଇଥିଲା । ରାତିରେ ନଦୀର ଜଳ କ୍ରମଶଃ ବଢି ଭୋଗରାଇ ବ୍ଲକର ୧୦ରୁ ଉର୍ଦ୍ଧ୍ବ ଗାଁ ଭିତରେ ପାଣି ପଶିଛି । ମନୁ ନଗର, ହୁଡାପାଳ, ଆରୁହା ବର୍ତ୍ତି ଗାଁ ଦାଣ୍ଡରେ ପାଣି ଲହରି ମାରୁଛି । ସେହିପରି ବାଲିଆପାଳ ବ୍ଳକର କୁଦମାନସଂ, ଚଡପଦା, ଅସ୍ତି, ରସଲପୁର, ପାଳ ଯାମକୁଣ୍ଡା ଗାଁରେ ବନ୍ୟ ପାଣି ପଶିଥିବାରୁ ଜଳବନ୍ଦୀ ଅବସ୍ଥାରେ ଲୋକେମାନେ ରହିଛନ୍ତି ।.