ସଂଚାର ବ୍ୟୁରୋ: ନାମଯଜ୍ଞରେ ପାଣି ପାଉଚକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ। ଗଣ୍ଡଗୋଳରେ ୧୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ହଳଦି ଗାଁରେ ଘଟିଛି ଏଭଳି ଘଟଣା। ନାମଯଜ୍ଞରେ ପାଣିପାଉଚ ନ ଦେବାରୁ ଦୁଇ ଗୋଷ୍ଠୀ ମଧ୍ଯରେ ମାରପିଟ ହୋଇଛି। ଉଭୟ ଗୋଷ୍ଠୀରୁ ୧୦ରୁ ଅଧିକ ଆହତଙ୍କୁ ଡୁଙ୍ଗୁରିପାଲି ଥାନା ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ତିନି ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ସେମାନଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବରଗଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l ପୋଲିସ ଉଭୟ ପକ୍ଷରୁ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଛି।