ଆସନ୍ତା ୨୪ ତାରିଖ ମଙ୍ଗଳବାର ଶ୍ରୀମନ୍ଦିରରେ ମୂଳାଷ୍ଟମୀ । ଶ୍ରୀକ୍ଷେତ୍ରସ୍ଥିତ ଦେବୀ ପୀଠ ତଥା ଶ୍ରୀମନ୍ଦିରରେ ମା’ବିମଳାଙ୍କ ଷୋଳ ପୂଜାର ଶୂଭାରମ୍ଭ । ଦେବୀ ଦୁର୍ଗାଙ୍କ ସହସ୍ରାକୁମ୍ଭାଭିଷେକ ଓ ଦେବୀ ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ପୀଠରେ ପୂଜାର୍ଚ୍ଚନା ପାଇଁ ଶ୍ରୀନହରରେ ବ୍ରାହ୍ମଣମାନେ ବରଣ ହେବେ । ଆସନ୍ତା ମାସ ଅକ୍ଟୋବର ୨ ତାରିଖ ମହାଳୟାରୁ ଶ୍ରୀଦୁର୍ଗାମାଧବଙ୍କ ବାହାର ବିଜେ । ମହାପ୍ରଭୁଙ୍କ ଶାକ୍ତ ଗୁଣ୍ଡିଚା ଆରମ୍ଭ । ଦେବଦେବୀ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀଙ୍କ ମନ୍ଦିରକୁ ବିଜେ କରିବେ । ୯ ତାରିଖ ବୁଧବାର ମା’ବିମଳାଙ୍କ ପୀଠରେ ମହାସପ୍ତମୀ, ୧୦ ତାରିଖ ଗୁରୁବାର ମହାଷ୍ଟମୀ, ୧୧ ତାରିଖ ଶୁକ୍ରବାର ମହାନବମୀ ପୂଜା ଅନୁଷ୍ଠିତ ହେବ । ୧୨ ତାରିଖରେ ମା’ଙ୍କ ବିଶ୍ରାମ ପୂଜା ହୋଇ ୧୩ ତାରିଖ ରବିବାର ଠାକୁରାଣୀଙ୍କ ଦଶହରା ପୂଜା ସମ୍ପନ୍ନ ହେବ ।