Monday, April 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ବ୍ୟାଟରଙ୍କ ଲଢେଇ : RR କୁ ଭେଟିବ SRH

Sanchar Live by Sanchar Live
April 13, 2026
in କ୍ରୀଡ଼ା
0
ଆଜି ବ୍ୟାଟରଙ୍କ ଲଢେଇ : RR କୁ ଭେଟିବ SRH
0
SHARES
5
VIEWS
FacebookTwitter

ଚଳିତ ଆଇପିଏଲ୍ର ୨୧ତମ ଲିଗ୍ ମ୍ୟାଚ୍‌ରେ ଆଜି ଘରୋଇ ହାଇଦ୍ରାବାଦ ଓ ରାଜସ୍ଥାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । କ୍ରମାନ୍ୱୟରେ ୪ଟି ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ରୟାଲ୍ସ ଆଧିପତ୍ୟ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡରେ ବିଜୟକୁ ଫେରିବାକୁ ବ୍ୟାକୁଳ । ଆଜି ଜୟସୂର୍ଯ୍ୟ (ଯଶସ୍ୱୀ ଜୈସ୍ୱାଲ ଓ ବୈଭବ ସୂର୍ଯ୍ୟବଂଶୀ) ଏବଂ ଟ୍ରାଭିସେକ୍‌କୁ  (ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମା) ଦୁର୍ଦ୍ଧର୍ଷ ବ୍ୟାଟିଂ ମ୍ୟାଚ୍ର ମୁଖ୍ୟ ଆକର୍ଷଣ ହେବ ।

ରାଜସ୍ଥାନ ଦଳ ଚଳିତ ସିଜନରେ ଅପରାଜେୟ ସାବ୍ୟସ୍ତ ହୋଇଛି । ଖାସ୍ କରି ଦୁଇ ଦୁର୍ଦ୍ଧର୍ଷ ବ୍ୟାଟର ଜୈସ୍ୱାଲ ଓ ସୂର୍ଯ୍ୟବଂଶୀ ପ୍ରତିପକ୍ଷ ଦଳର ନିଦ ହଜାଇ ଦେଇଛନ୍ତି । ସେହିପରି ଧ୍ରୁବ ଜୁରେଲ ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି । ଏହି ୩ ବ୍ୟାଟରଙ୍କ ପ୍ରଦର୍ଶନ ବଳରେ ଦଳ ୪ଟି ଯାକ ମ୍ୟାଚ୍ ଜିତିବାରେ ସଫଳ ହୋଇଛି । ସୂର୍ଯ୍ୟବଂଶୀଙ୍କ ବିଧ୍ୱଂସୀ ବ୍ୟାଟିଂ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେ ୪ଟି ଇନିଂସ୍‌ରେ ୨୦୦ ରନ୍ ସଂଗ୍ରହ କରି ସାରିଛନ୍ତି । ଜୈସ୍ୱାଲ ମଧ୍ୟ ୯୧.୫୦ ଆଭରେଜରେ ୧୮୩ରନ୍ କରିଛନ୍ତି । ଆସନ୍ତାକାଲି ମଧ୍ୟ ଉଭୟଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମାତ୍ର ମଧ୍ୟଭାଗ ବ୍ୟାଟରଙ୍କ ପ୍ରଦର୍ଶନ ଦଳକୁ ଚିନ୍ତିତ କରିଛି । ସିମରନ ହେତମାୟର ଫର୍ମ ଫେରିବାକୁ ସଂଘର୍ଷ ଜାରି ରଖିଛନ୍ତି । ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କ ଉପସ୍ଥିତି ବୋଲିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିଛି । ସେହିପରି ସ୍ପିନର ରବି ବିଷ୍ଣୋଇ ୪ଟି ମ୍ୟାଚ୍ ଖେଳି ୯ଟି ୱିକେଟ୍ ଅକ୍ତିଆର କରି ସାରିଛନ୍ତି ।​​​​​​​

ହାଇଦ୍ରାବାଦ ୪ଟି ମ୍ୟାଚ୍ ଖେଳି ୧ ବିଜୟ, ୩ ପରାଜୟ ସହ ମୋଟ ୨ପଏଣ୍ଟ ପାଇ ତାଲିକାରେ ସପ୍ତମ ସ୍ଥାନରେ ରହିଛି । ଟ୍ରାଭିସେକ୍‌ଙ୍କ  ବିସ୍ଫୋରଣ ସତ୍ତେ୍ୱ ଦଳ ଶେଷ ୨ଟି ମ୍ୟାଚ୍ରେ ଯଥାକ୍ରମେ ଲକ୍ଷ୍ନୌ ଓ ପଞ୍ଜାବ ନିକଟରୁ ହାରି ଯାଇଥିଲା । ପ୍ରଭାବହୀନ ବୋଲିଂ ଦଳ ପରାଜୟର ମୁଖ୍ୟ କାରଣ ହୋଇଛି । ମଧ୍ୟକ୍ରମରେ ହେନରିକ୍ କ୍ଲାସେନ ନିୟମିତ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ସେ ୧୮୪ ରନ୍ କରି ସାରିଛନ୍ତି । ତେଣୁ ଅନ୍ୟ ବ୍ୟାଟର ଓ ବୋଲରମାନଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ରାଜସ୍ଥାନକୁ ହରାଇବାକୁ ହେଲେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଆସନ୍ତାକାଲି ଟ୍ରାଭିସେକ୍ ଓ ଆର୍ଚରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଉଭୟ ଦଳ ପରସ୍ପରକୁ ୨୧ଥର ଭେଟିଛନ୍ତି । ହାଇଦ୍ରାବାଦ ୧୨ଟି ଓ ରାଜସ୍ଥାନ ୯ଟି ମ୍ୟାଚ୍ ଜିତିଛି । ଗତ ସିଜନରେ ଉଭୟ ଦଳ ଥରେ ସାମ୍ନାସାମ୍ନି ହୋଇଥିଲେ ଏବଂ ହାଇଦ୍ରାବାଦ ୪୪ ରନ୍‌ରେ ଉକ୍ତ ମ୍ୟାଚ୍ ଜିତିଥିଲା । ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ପିଚ୍ ବ୍ୟାଟରଙ୍କ ପାଇଁ ଅନୁକୂଳ । ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବା ନିଶ୍ଚିତ। ଆଜି ୩ନଂ ପିଚ୍‌ରେ ମ୍ୟାଚ୍ ଖେଳାଯିବ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ହାଇଦ୍ରାବାଦ: ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍, ଈଶାନ କିଷନ (ଅଧିନାୟକ), ହେନରିକ୍ କ୍ଲାସେନ, ସଲିଳ ଆରୋରା, ଅନିକେତ ବର୍ମା/ଲିଆମ୍ ଲିଭିଂଷ୍ଟୋନ, ନୀତିଶ କୁମାର ରେଡ୍ଡୀ, ହର୍ଷ ଦୁବେ, ଶିଭାଙ୍ଗ କୁମାର, ହର୍ଷଲ ପଟେଲ, ଏଶାନ ମାଲିଙ୍ଗା, ପ୍ରଫୁଲ ହିଙ୍ଗେ ।

ରାଜସ୍ଥାନ: ଯଶସ୍ୱୀ ଜୈସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପରାଗ (ଅଧିନାୟକ), ସିମରନ ହେତମାୟର, ଡୋନୋଭାନ ଫେରେରା, ରବୀନ୍ଦ୍ର ଜାଡେଜା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, ସନ୍ଦିପ ଶର୍ମା, ରବି ବିଷ୍ଣୋଇ, ବ୍ରିଜେଶ ଶର୍ମା

Tags: cricketIPL 2026Srh vs rr
ShareTweetShareSend
Sanchar Live

Sanchar Live

Next Post
ଆଜି ପୁଣି କମିଲା ସୁନା ଦର, ଶୀଘ୍ର କିଣିନିଅ

କମିଲା ସୁନା ଦର, ଜାଣନ୍ତୁ ଆଜିର ଦାମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୁଣି ବିବାଦରେ ଫସିଲେ ନାଣ୍ଡ ବାବୁ
  • ଏକାଥରକେ ୬ ଡିଗ୍ରୀ ବଢ଼ିଯିବ ତାତି, ଏହିସବୁ ଜିଲ୍ଲାର ଲୋକ ହେବେ କଲବଲ
  • ହିମାଳୟରେ ସାରଥୀଙ୍କ ଧ୍ୟାନ ମୁଦ୍ରା, ଫଟୋ ହେଉଛି ଭାଇରାଲ
  • କମିଲା ସୁନା ଦର, ଜାଣନ୍ତୁ ଆଜିର ଦାମ
  • ଆଜି ବ୍ୟାଟରଙ୍କ ଲଢେଇ : RR କୁ ଭେଟିବ SRH

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.