ସଂଚାର ବ୍ୟୁରୋ: ଜୁଏଲାରୀ ଦୋକାନ ମାଲିକଙ୍କ ଘରେ କଳାକନା ବୁଲାଇଲେ ଦୃବୁର୍ତ୍ତ। ଗତକାଲି ବିଳମ୍ବିତ ରାତିରେ ୫ରୁ ଉର୍ଦ୍ଧ ଦୃବୁର୍ତ୍ତ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ପ୍ରହରାଜପୁରରେ ପଶିଥିଲେ। ଜୁଏଲାରି ମାଲିକ ସଞ୍ଜୟ ସାହୁଙ୍କ ଘରେ ପଶି ଲୁଟିଛନ୍ତି ଦୁର୍ବୃତ୍ତ। ଦୋକାନ ବନ୍ଦ କରି ଘରେ ଖାଇ ଶୋଇବା ପରେ ରାତି 2ଟା ସମୟରେ ଘର କବାଟ ଓ ଗ୍ରିଲ ଭାଙ୍ଗି ଘରେ ପଶି ସଞ୍ଜୟ, ସଞ୍ଜୟଙ୍କ ମା, ସ୍ତ୍ରୀ ଓ ଛୋଟ ପିଲାଙ୍କୁ ପ୍ରଥମେ ବାନ୍ଧି ମୋବାଇଲ ଛଡାଇ ନେଇଥିଲେ। ପରେ ବନ୍ଧୁକ, ଭୁଜାଲି ଓ କ୍ରିକେଟ ବ୍ୟାଟରେ ଆକ୍ରମଣ କରି 50 ଲକ୍ଷରୁ ଉର୍ଦ୍ଧ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି। ଆକ୍ରମଣରେ ଗୁରୁତର ହୋଇ ସଞ୍ଜୟଙ୍କ ମା ନୀଳିମା ସାହୁ ମେଡ଼ିକାଲରେ ଭର୍ତ୍ତି ଥିବା ବେଳେ ଔପଦା ଆଇଆଇସି ଘଟଣା ସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛନ୍ତି l ଲୁଟ ଘଟଣାକୁ ନେଇ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।