ସଂଚାର ବ୍ୟୁରୋ: ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ନେଇ ବଢୁଛି ବିବାଦ। ସୋନମଙ୍କୁ ତୁରନ୍ତ ମୁକ୍ତି ଦେବା ଲାଗି ଦାବି ବିଭିନ୍ନ ମହଲରୁ ବଢୁଛି ଦାବି। ଗତକାଲି ତୁରନ୍ତ ମୁକ୍ତି ଲାଗି ଦାବି କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଗତକାଲି ବାବାନେ ପୋଲିସ ଷ୍ଟେସନକୁ ଯାଇଥିଲେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଆତିଶୀ। ମାତ୍ର ସୋନମଙ୍କୁ ସାକ୍ଷାତ ଲାଗି ଆତିଶୀଙ୍କୁ ଅନୁମତି ମିଳି ନଥିବା ଅଭିଯୋଗ ହୋଇଛି। ସେପଟେ ସୋନମଙ୍କୁ ସାକ୍ଷାତ ଲାଗି ବାବାନେ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି କୃଷକ ନେତା ରାକେଶ ଟିକାଏତ। ସୋନମଙ୍କୁ ଖଲାସ କରିବା ଦାବିରେ ତୁରନ୍ତ ଶୁଣାଣି ଲାଗି କରାଯାଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଆସନ୍ତାକାଲି ମାମଲାର ହେବ ଶୁଣାଣି। ଦିଲ୍ଲୀ ଚଲୋ ଅଭିଯାନ ବେଳେ ଶିଙ୍ଗୁ ବର୍ଡରରେ ତାଙ୍କୁ ଅଟକ ରଖିଥିଲା ଦିଲ୍ଲୀ ପୋଲିସ। ବିରୋଧୀ ଦଳର କେତେତକ ନେତା ସୋନମଙ୍କୁ ଜଣାଇଥିଲେ ସମର୍ଥନ। ୪ ଦଫା ଦାବିଗୁଡିକ ହେଉଛି-ଲଦାଖକୁ ରାଜ୍ୟ ମାନ୍ୟତା, ସମ୍ବିଧାନର ଷଷ୍ଠ ସିଡ୍ୟୁଲର ଅବଧି ବୃଦ୍ଧି, ପବ୍ଲିକ ସର୍ଭିସ କମିଶନ ଆଧାରରେ ଲଦାଖରେ ନିଯୁକ୍ତି ଓ ଲେହ ତଥା କାରଗିଲ ଜିଲ୍ଲା ପାଇଁ ଆଉ ଏକ ଲୋକସଭା ଆସନ। ସୋନମଙ୍କ ସହ ପ୍ରାୟ ୯୦ଜଣ କର୍ମୀ ଏହି ଶୋଭାଯାତ୍ରାରେ ଅଛନ୍ତି। ଆଜି ଗାନ୍ଧି ଜୟନ୍ତୀରେ ମହାତ୍ମା ଗାନ୍ଧିଙ୍କ ସମାଧି ପୀଠ ରାଜଘାଟରେ ଦିଲ୍ଲୀ ଚଲୋ ପଦଯାତ୍ରା ଶେଷ ହେବାର ଥିଲା। ମାତ୍ର ଏହି ଅଭିଯାନକୁ ଅଧାବାଟରେ ବନ୍ଦ କରିଥିଲା ପୋଲିସ।

