ସଂଚାର ବ୍ୟୁରୋ: ଭୁବନେଶ୍ବର ରବି ଟକିଜ୍ ଛକ ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରେ ଉତ୍ତେଜନା। ଜଣେ ଯୁବତୀଙ୍କୁ ଜବରଦସ୍ତ ଖରାପ କାର୍ଯ୍ୟରେ ନିୟୋଜିତ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ରବି ଟକିଜ୍ ଛକରେ ଥିବା ଡାଇମଣ୍ଡ ସେଲୁନ ଓ ସ୍ପାରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସ ସନ୍ଦେହ କରି ଚଢାଉ କରିଛି। ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ। ସ୍ପାରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଜଣାପଡିଛି।

