ସଂଚାର ବ୍ୟୁରୋ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ସୂଚନା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ପାଇବେ ସୁଭଦ୍ରା ଟଙ୍କା । ବାଦ ପଡିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ପ୍ରସ୍ତୁତ ହେଉଛି ତାଲିକା, ଖୁବଶୀଘ୍ର ହେବ ଜାରି । ସେହିପରି ରିଜେକ୍ଟ ହୋଇଥିବା ୨ ଲକ୍ଷ ୬୭ ହଜାର ଫର୍ମ ଆଉଥରେ ରିଚେକ କରାଯିବ । ଏହାକୁ କ୍ୟାବିନେଟ ଅନୁମତି ମିଳିଛି । ଯେଭଳି କୌଣସି ଯୋଗ୍ୟହିତାଧିକାରୀ ବାଦ ନପଡନ୍ତି ତାହା ଉପରେ ଗୁରୁତ୍ବ ଦିଆଯାଉଛି । ତେବେ ସମସ୍ତ ଡକ୍ୟୁମେଣ୍ଟ ବାରମ୍ବର ଚେକ କରାଯିବ, ଏବଂ ଯେଭଳି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡ଼ନ୍ତି ସେ ଉପରେ ଗୁରୁତ୍ବ ଦିଆଯିବ ।