ସଂଚାର ବ୍ୟୁରୋ: ଭିଜିଲାନ୍ସ ଜାଲରେ ଉଲୁଣ୍ଡା ବ୍ଲକ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା । ଫାର୍ମପଣ୍ଡର ମଷ୍ଟର ରୋଲ ପ୍ରସ୍ତୁତ କରିବାକୁ ୧୧ ହଜାର ଟଙ୍କା ଲାଞ୍ଚ ନେଇଥିବାବେଳେ ପଟାଭାଡ଼ି ସ୍ଥିତ ସୁରେନ୍ଦ୍ର ସାଏ ଛକରେ ମାଡିବସିଥିଲା ଭିଜିଲାନ୍ସ। ତାଙ୍କଠାରୁ ସମସ୍ତ ଟଙ୍କା ଜବତ ହୋଇଛି। ଏବେ ସୁଧାଂଶୁଙ୍କ ଉଲୁଣ୍ଡା ସ୍ଥିତ କାର୍ଯ୍ୟାଳୟ ଓ ଘରେ ଏକକାଳୀନ ଦୁଇଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ୍ ।