ସଂଚାର ବ୍ୟୁରୋ: ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ଯବାନଙ୍କ ପତ୍ନୀ । ବୁର୍ଲା ଭିମସାରରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ୧୫ ଦିନ ଧରି ଅଚେତ୍ ଥିବା ପ୍ରସୂତି ପତ୍ନୀ ଓ ନବଜାତକ ଶିଶୁ କନ୍ୟାକୁ ଛାଡି ବର୍ଡର ଯାଇଥିବା ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି l ମଲ୍ଟି ଅର୍ଗାନ ଫେଲିୟର ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଟେଙ୍ଗନାମାଲ ଗାଁର ଦେବରାଜ ଗଣ୍ଡ ସଶସ୍ତ୍ର ସୀମା ବଳରେ କାର୍ଯ୍ୟରତ ଥିବାବେଳେ ପତ୍ନୀ ଲିପି ଗଣ୍ଡ ୨୮ ତାରିଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ସେହି ସମୟରେ ଦେବରାଜ ସାଙ୍ଗରେ ଥିଲେ | ପତ୍ନୀଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଆଇସିୟୁରେ ୨୯ ତାରିଖରୁ ଅଚେତ ଅବସ୍ଥାରେ ଥିଲେ ଲିପି । ତେବେ ଆବଶ୍ୟକ ସମୟରେ ତାଙ୍କର ସଠିକ୍ ଚିକିତ୍ସା କରାଯାଇ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।