Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସୋଆ ପ୍ରଫେସରଙ୍କ ଉଦ୍ଭାବନକୁ ଆମରିକୀୟ ପ୍ୟାଟେଂଟ ମିଳିଲା

Sanchar Live by Sanchar Live
February 13, 2025
in ଓଡିଶା
0
ସୋଆ ପ୍ରଫେସରଙ୍କ ଉଦ୍ଭାବନକୁ ଆମରିକୀୟ ପ୍ୟାଟେଂଟ ମିଳିଲା
0
SHARES
16
VIEWS
FacebookTwitter

ସୋଆ ପ୍ରଫେସରଙ୍କ ଉଦ୍ଭାବନକୁ ଆମରିକୀୟ ପ୍ୟାଟେଂଟ ମିଳିଲା
ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ଦ୍ୱାରା ମୁଖ ଗହ୍ୱର ରୋଗ ନିର୍ଣ୍ଣୟ ନିମନ୍ତେ ଉଦ୍ଭାବନ କରାଯାଇଥିବା ଏକ ଯନ୍ତ୍ରକୁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ୟାଟେଂଟ ମିଳିଛି । ଏହି ଯନ୍ତ୍ର ବ୍ୟବହାର ଦ୍ୱାରା ମୁଖ ଗହ୍ୱର ରୋଗ ନିର୍ଣ୍ଣୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆସିପାରେ ବୋଲି କୁହାଯାଉଛି।
ଏକ କଲମ ପରି ଦେଖାଯାଉଥିବା ଏହି ଯନ୍ତ୍ର ବାୟୋପ୍ସି ପଦ୍ଧତିର ସରଳୀକରଣ କରିବା ସହ ଏଥିରେ ଟେଲି ସ୍କ୍ରିନିଂ ତଥା ଫାଇବର ଅପଟିକ୍ ଲାଇଟର ବ୍ୟବସ୍ଥା ଅଛି। ଏହି ଯନ୍ତ୍ରର ଉଦ୍ଭାବକ ହେଉଛନ୍ତି ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି (ଗବେଷଣା ଓ ସହଯୋଗ) ପ୍ରଫେସର (ଡକ୍ଟର) ନୀତା ମହାନ୍ତି।
ପ୍ରଫେସର (ଡକ୍ଟର) ମହାନ୍ତି ପୂର୍ବରୁ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ଭାବେ କାର୍ଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ବାୟୋପ୍ସି ଦ୍ୱାରା ହିଁ ରୋଗ ନିର୍ଦ୍ଧାରଣ ହେବା ଅତ୍ୟନ୍ତ ଅବଶ୍ୟକ ମାତ୍ର ଏହି ପଦ୍ଧତି ଠିକ୍ ଭାବେ ଅନୁସୃତ ନ ହେଲେ ଏହା ରୋଗ ନିର୍ଦ୍ଧାରଣରେ ଭ୍ରମ ସୃଷ୍ଟି କରିପାରେ ଏବଂ ରୋଗୀର ଜୀବନ ପ୍ରତି ବିପଦ ଘଟିପାରେ।
ପ୍ରଫେସର (ଡକ୍ଟର) ମହାନ୍ତି କହିଛନ୍ତି ଯେ, ପୂର୍ବରୁ ଏହି ଉଦ୍ଭାବନ ନିମନ୍ତେ ସେ ଦୁଇଟି ଭାରତୀୟ ପାଟେଂଟ ନିମନ୍ତେ ଆବେଦନ କରିଥିଲେ ଏବଂ ତାହା ଯଥାକ୍ରମେ ୨୦୨୩ ଓ ୨୦୨୪ ମସିହାରେ ମଞ୍ଜୁରୀ ପାଇଥିଲା। ଏହା ନିମନ୍ତେ ୨୦୧୯ ମସିହାରେ ତାଙ୍କୁ ଡିଜାଇନ୍ ପ୍ୟାଟେଂଟ ମିଳିଥିଲା। ସେ ୨୦୧୯ ମସିହାରେ ଶେଷ ଭାଗରେ ଆମେରିକାର ପ୍ୟାଟେଂଟ ନିମନ୍ତେ ଆବେଦନ କରିଥିଲେ ଓ ଏହା ନିକଟରେ ତାଙ୍କୁ ମିଳିଛି।
ଏହି ଉଦ୍ଭାବନକୁ ୨୦୨୧ ମସିହାରେ ଗ୍ଲୋବାଲ୍ ଆଉଟରିଚ୍ ସେଂଟ୍ରାଲ୍ ଇନୋଭେସନ୍ ପୁରସ୍କାର ମିଳିଥିଲା ଏବଂ ଓଡ଼ିଶା ସରକାରଙ୍କ ସାଇନ୍ସ ଆଣ୍ଡ ଟେକ୍ନୋଲଜି ବିଭାଗ ପକ୍ଷରୁ ଏହାକୁ ଗତବର୍ଷ ନୂଆଦିଲ୍ଲୀ ଠାରେ ଗ୍ଲୋବାଲ୍ ବାୟୋ-ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା ।
ପ୍ରଫେସର (ଡକ୍ଟର) ମହାନ୍ତି ତାଙ୍କର ଏହି ଗବେଷଣାରେ ସୋଆ ବିଶ୍ୱବିଦ୍ୟାଳୟର ଇଂଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ସ ସେଲ୍ରୁ ମିଳିଥିବା ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇବା ସହିତ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓ ସୋଆ ପରାମର୍ଶଦାତା ମଣ୍ଡଳୀର ଅଧ୍ୟକ୍ଷ୍ୟ ପ୍ରଫେସର ଦାମୋଦର ଆଚାର୍ଯ୍ୟଙ୍କ ଠାରୁ ମିଳିଥିବା ଉତ୍ସାହ ନିମନ୍ତେ ଧନ୍ୟବାଦ ଜଣାଇଥିଲେ ।
ପ୍ରଫେସର (ଡକ୍ଟର) ମହାନ୍ତିଙ୍କ ଗବେଷଣାକୁ ସାଇନ୍ସ ଆଣ୍ଡ ଟେକ୍ନୋଲଜି ବିଭାଗ ପକ୍ଷରୁ ପ୍ରୋତ୍ସାହନ ମିଳଥିବା ବେଳେ ଷ୍ଟାର୍ଟ ଅପ୍ ଓଡ଼ିଶା ଦ୍ୱାରା ଅନୁମୋଦନ ପାଇଥିଲା । ଏହି ଗବେଷଣା ଭୁବନେଶ୍ୱର ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ର ବ୍ରିକସ ଡିବିଟି ଆଇଏଲ୍ଏସ୍ ବାୟୋଇନ୍କ୍ୟୁବେଟରରେ କରାଯାଇଥିଲା। ଏହି ଉଦ୍ଭାବନ ଦ୍ୱାରା ରୋଗୀ ମାନଙ୍କର ଶୀଘ୍ର ରୋଗ ନିରୂପଣ ହେବା ସହିତ ମୁଖ ଗହ୍ୱର କର୍କଟ ପରି ରୋଗ ଗୁଡ଼ିକର ମୁକାବିଲା କରିବା ସହଜ ହେବ ।

Tags: odishaSoauniversity
ShareTweetShareSend
Sanchar Live

Sanchar Live

Next Post
ଆଜିଠାରୁ WPL ଆରମ୍ଭ

ଆଜିଠାରୁ WPL ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.