Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସୋଆ ଏସ୍‌ଏଚ୍‌ଏମ୍‌ରେ ଏକ ଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ

Sanchar Live by Sanchar Live
February 14, 2025
in ଓଡିଶା
0
ସୋଆ ଏସ୍‌ଏଚ୍‌ଏମ୍‌ରେ ଏକ ଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ
0
SHARES
4
VIEWS
FacebookTwitter

ଭିଜନ୍‌ ବିକଶିତ ଭାରତ-୨୦୪୭ ପରିପ୍ରେକ୍ଷୀରେ ଗ୍ରାମୀଣ ପର୍ଯ୍ୟଟନ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଓଡ଼ିଶାର ହସ୍ତଶିଳ୍ପ କାରିଗର ମାନଙ୍କୁ ଉଦ୍ୟୋଗୀ କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍‌ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ରେ ଶୁକ୍ରବାର ଦିନ ଏକ ଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ସୋସିଆଲ୍‌ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର) ଦ୍ୱାରା ପ୍ରାୟୋଜିତ ଏବଂ ସୋଆ ଏସ୍‌ଏଚ୍‌ଏମ୍‌ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମୀଣ ପର୍ଯ୍ୟଟନ ବିକାଶ ନିମନ୍ତେ ଓଡିଶାରେ ଥିବା ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଓ କୁଶଳୀ କାରିଗର ମାନଙ୍କର ଉନ୍ନତି ହେଲେ ଆମ ରାଜ୍ୟ ଓ ଦେଶର ଉନ୍ନତି ହୋଇପାରିବ ବୋଲି କହିଥିଲେ ।

ଏହି ସେମିନାରର ଆଲୋଚ୍ୟ ପ୍ରସଙ୍ଗ ଥିଲା“ଫୋଷ୍ଟରିଂ ରୁରାଲ ଟୁରିଜିମ୍‌ ଆଣ୍ଡ ଏନ୍‌ଟରପ୍ରିନିଅର୍‌ସିପ୍‌: ଟ୍ରାନ୍ସଫର୍ମିଂ ହ୍ୟାଣ୍ଡିକ୍ରାଫ୍ଟ ଆର୍ଟିସାନ୍‌ସ ଅଫ୍‌ ଓଡ଼ିଶା ଟୁଆର୍ଡସ ବିକଶିତ ଭାରତ ୨୦୪୭” । ଏହି ପ୍ରସଙ୍ଗ ଉପରେ ପ୍ରସ୍ତୁତ ଏକ ଆବ୍‌ଷ୍ଟ୍ରାକ୍ଟକୁ କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିଲା। ଏସ୍‌ଏଚ୍‌ଏମ୍‌ର ଡିନ୍‌ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଏହାର ମୁଖ୍ୟ ସଂପାଦକ ଥିବା ବେଳେ ଶିକ୍ଷାନୁଷ୍ଠାନର ଆସୋସିଏଟ ପ୍ରଫେସର (ଡକ୍ଟର) ପତିତପାବନ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ସିନିୟର ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ସୌମେନ୍ଦ୍ର କୁମାର ପାତ୍ର ଓ ସେହି ବିଶ୍ୱବିଦ୍ୟାଳୟର ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ଲିନା ପି. ସିଂ ସଂପାଦକ ଭାବେ କାର୍ଯ୍ୟ କରିଥିଲେ ।

ଗ୍ରାମୀଣ ପର୍ଯ୍ୟଟନ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। ଏହି ସମସ୍ୟା ଗୁଡିକ ସମାଧାନ ହେଲେ ଗ୍ରାମୀଣ ପର୍ଯ୍ୟଟନ ଓ ହସ୍ତଶିଳ୍ପର ଉନ୍ନତି ପରିଲକ୍ଷିତ ହୋଇପାରିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ  ଆହ୍ୱାନ ଅନୁଯାୟୀ ବିକଶିତ ଭାରତ ୨୦୪୭ ଆଡକୁ ଦେଶ ଅଗ୍ରସର ହେବ ବୋଲି ପ୍ରଫେସର (ଡକ୍ଟର) ସ୍ୱାଇଁ କହିଥିଲେ ।

ସମ୍ମାନିତ ଅତିଥି ଭାବେ ବିଭାବରୀ ଫ୍ୟାଶନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓଡିଶା ଉଦ୍ୟୋଗୀ ତଥା ଡିଜାଇନର ଏବଂ ଫ୍ୟାଶନ୍‌ ପରାମର୍ଶଦାତା ଶ୍ରୀମତି ଚୌଧୁରୀ ଜ୍ୟୋସ୍ନା ଦାସ ଯୋଗ ଦେଇ କହିଥିଲେ ଯେ ରାଜ୍ୟ, ଦେଶ ଓ ବିଦେଶରେ ହସ୍ତଶିଳ୍ପର ଚାହିଦା ବହୁତ ମାତ୍ରାରେ ଅଧିକ ରହିଛି । ଓଡିଶାର ହସ୍ତତନ୍ତ୍ର ଐତିହ୍ୟର ସ୍ୱାତନ୍ତ୍ର‌୍ୟ ରହିଛି ।

ହସ୍ତଶିଳ୍ପକୁ ଗ୍ରାମୀଣ ପର୍ଯ୍ୟଟନ ସହିତ ଯୋଡ଼ିବା ଓ ଏହି କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ହୋଇପାରିଲେ ଅଧିକ ମାତ୍ରାରେ ଏହାର ଉନ୍ନତି ହେବ ବୋଲି ଶ୍ରୀମତି ଦାସ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଆନ୍ଧ୍ରପ୍ରଦେଶର କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ମ୍ୟାନେଜମେଂଟ ଷ୍ଟଡିଜ୍‌ର ଡିନ୍‌ ଓ ଟୁରିଜିମ୍‌ ଆଣ୍ଡ ହସ୍ପିଟାଲିଟି  ମ୍ୟାନେଜମେଂଟ ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ଜିତେନ୍ଦ୍ର ମୋହନ ମିଶ୍ର ଯୋଗ ଦେଇ କହିଥିଲେ ଯେ ସହର ଓ ଗ୍ରାମ୍ୟ ଜୀବନଯାପନ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ବର୍ତମାନର ସମୟ ହେଉଛି ଡିଜିଟାଲ୍‌ ଯୁଗ  । ବର୍ତମାନ ସମସ୍ତେ ଇଂଟରନେଟ୍‌ ସହିତ ଓତଃପ୍ରୋତ ଭାବରେ ଜଡିତ । ଗ୍ରାମୀଣ ହସ୍ତକଳା, ସଂସ୍କୃତି ଓ ପର୍ଯ୍ୟଟନକୁ କିପରି ଗ୍ରାମାଂଚଳରେ ଓ ସହରାଂଚଳରେ ଉଦ୍ୟୋଗ କ୍ଷେତ୍ରରେ ବିକଶିତ କରିବା ସେଥିପାଇଁ ଅଧିକ ଧ୍ୟାନ ଦେବା ଜରୁରୀ ବୋଲି ସେ କହିଥିଲେ ।

ଏହି ସମ୍ମିଳନୀରେ ବିଭିନ୍ନ ଟେକ୍‌ନିକାଲ୍‌ (ଅଫ୍‌ ଲାଇନ୍‌ ଓ ଅନ୍‌ଲାଇନ୍‌) ମୋଡରେ ଅଧିବେଶନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରିସର୍ଚ୍ଚ ସ୍କଲାର, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଆଲୋଚିତ ବିଷୟବସ୍ତୁ ଉପରେ ଗବେଷଣା ପ୍ରସ୍ତୂତ ପ୍ରବନ୍ଧ ଉପସ୍ଥାପନ କରିଥିଲେ ।

କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଏମ୍‌ର ଆସୋସିଏଟ୍‌ ପ୍ରଫେସର (ଡକ୍ଟର) ପତିତପାବନ ମହାନ୍ତି,  ରେଭେନ୍ସା ବିଶ୍ୱବିଦ୍ୟାଳୟର ସିନିୟର୍‌ ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ସୌମେନ୍ଦ୍ର କୁମାର ପାତ୍ର ଓ ବିଶ୍ୱବିଦ୍ୟାଳୟର ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ଲିନା ପି. ସିଂଙ୍କୁ ସମ୍ମାନିତ କରାଯାଇଥିଲା । ସୋଆ ସ୍କୁଲ୍‌ ଅଫ୍‌ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ଡିନ୍‌ ପ୍ରଫେସର ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର (ଡକ୍ଟର) ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପର୍ଣ କରିଥିଲେ । ସୋଆ ଏସ୍‌ଏଚ୍‌ଏମ୍‌ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Tags: odishasoa university
ShareTweetShareSend
Sanchar Live

Sanchar Live

Next Post
କଂଗ୍ରେସରୁ ସବୁ ବହିଷ୍କାର, ନିଲମ୍ବନ ଆଦେଶ ପ୍ରତ୍ୟାହାର

କଂଗ୍ରେସରୁ ସବୁ ବହିଷ୍କାର, ନିଲମ୍ବନ ଆଦେଶ ପ୍ରତ୍ୟାହାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.