Wednesday, October 7, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଇଟିଇଆର୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ଦିବସ ୨୦୨୬ ଆୟୋଜିତ

Sanchar Live by Sanchar Live
October 7, 2026
in ଓଡିଶା
0
ଆଇଟିଇଆର୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ଦିବସ ୨୦୨୬ ଆୟୋଜିତ
0
SHARES
4
VIEWS
FacebookTwitter

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବିଭିନ୍ନ ବିଭାଗରେ ୨୦୨୬ରେ ଶିକ୍ଷା ସମାପ୍ତ କରିଥିବା ବି.ଟେକ୍‌, ଏମ୍‌.ଟେକ୍‌, ବିସିଏ, ଏମ୍‌ସିଏ ଏବଂ ଏମ୍‌ଏସ୍‌ସି ପାଠ୍ୟକ୍ରମର ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ଗ୍ରାଜୁଏସନ୍ ଦିବସ ୨୦୨୬ ଅବସରରେ ଡିଗ୍ରୀ ପ୍ରଦାନ କରାଯାଇଛି ।

ସୋମବାର ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ପ୍ରଥମ ଦିନ ଆଇଟିଇଆରର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଇ) ବିଭାଗର ୨୦୨୨-୨୬ ଶିକ୍ଷା ବର୍ଷର ବି.ଟେକ୍ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସେହିପରି ଦ୍ୱିତୀୟ ଦିନରେ ସିଭିଲ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲଜି, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, ମେକାନିକାଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ଡାଟା ସାଇନ୍ସ), କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସାଇବର ସିକ୍ୟୁରିଟି), କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଆଣ୍ଡ ମେସିନ୍ ଲର୍ଣ୍ଣିଂ) ଓ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ) ।

ସେହିପରି ସ୍ନାତକତୋର ପାଠ୍ୟକ୍ରମରେ ମାଷ୍ଟର ଅଫ୍ କମ୍ପ୍ୟୁଟର ଆପ୍ଲିକେସନ୍‌, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ଷ୍ଟ୍ରକ୍‌ଚରାଲ ଇଞ୍ଜିନିୟରିଂ, ପାୱାର ସିଷ୍ଟମ୍ସ ଆଣ୍ଡ ପାୱାର ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ (କମ୍ୟୁନିକେସନ୍ ସିଷ୍ଟମ୍ ଇଞ୍ଜିନିୟରିଂ) ଏବଂ ହିଟ୍ ପାୱାର ଆଣ୍ଡ ଥର୍ମାଲ ଇଞ୍ଜିିନିୟରିଂ ଅଧ୍ୟୟନ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଡିଗ୍ରୀ ପ୍ରଦାନ କରାଯାଇଥିଲା ।

ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ପ୍ରଥମ ଦିନର ପ୍ରଥମ ପର୍ଯ୍ୟାୟରେ ବୋଷ୍ଟନ୍ କନ୍‌ସଲ୍‌ଟିଂ ଗ୍ରୁପ୍ (ବିସିଜି)ର ପ୍ରୋଗ୍ରାମ୍ ଡାଇରେକ୍ଟର ଶ୍ରୀ ଅମିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ ଶିକ୍ଷା ଜୀବନ ଶେଷ କରି ବୃତିଗତ ଜୀବନରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ନିରନ୍ତର ଶିକ୍ଷା, ଦାୟିତ୍ୱବୋଧ, ସମୟାନୁବର୍ତିତା, ମାନବିକତା, ନମ୍ରତା ଓ ଆଶାବାଦୀ ମନୋଭାବ ଆପଣାଇବା ଆବଶ୍ୟକ । ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରିବା ଶିକ୍ଷାର ସମାପ୍ତି ନୁହେଁ ବରଂ ବୃତିଗତ ଓ ଜୀବନବ୍ୟାପୀ ଶିକ୍ଷାର ଅୟମାରମ୍ଭ ବୋଲି ସେ କହିଥିଲେ ।

ଏହି ଅବସରରେ ପ୍ରାକ୍ତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ. ଅବଦୁଲ କାଲାମ୍‌ଙ୍କ ଉଦାହରଣ ଦେଇ ଓ ଓ ଭଗବତ ଗୀତା ଉଦ୍ଧୃତ କରି ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜ୍ଞାନସିସ୍‌ର ଏଚଆର୍ ଭାଇସ୍ ପ୍ରେସିଡେଂଟ ଶ୍ରୀମତି ଶାଶ୍ୱତି ପାଣ୍ଡବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀମାନେ କେବଳ ଭଲ ମାର୍କ ରଖିବା ଉପରେ ଗୁରୁତ୍ୱ ନ ଦେଇ ଜୀବନବ୍ୟାପୀ ଶିକ୍ଷା କରିବାର ମନୋଭାବ ଗଢ଼ିତୋଳିବା ଉପରେ ଗୁରୁତ୍ୱାରୋପ କରିଥିଲେ । କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ଟେକ୍ନୋଲୋଜି, ବିଶ୍ୱସ୍ତରୀୟ ସହଯୋଗ ଯୁଗରେ ଆଗାମୀ ଦିନର ସଫଳତା ପାଇଁ ନିରନ୍ତର ଶିଖିବାର କ୍ଷମତା ହିଁ ତାଙ୍କର ସଫଳତାର ପ୍ରମୁଖ ରାସ୍ତା ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତା କରିବା ସହିତ ଶପଥ ପାଠ କରାଇଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସୋଆ ଦେଶର ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଥିବା ଦୃଷ୍ଟିରୁ ଏହି ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରୁଥିବା ଛାତ୍ରଛାତ୍ରୀମାନେ ନିଜକୁ ସେହିଭଳି ଢ଼ଙ୍ଗରେ ପ୍ରତିଷ୍ଠିତ କରାଇବା ସହ ଗର୍ବିତ ହେବା ଆବଶ୍ୟକ ବୋଲି ସେ କହିଥିଲେ ।
ପ୍ରତି ଛାତ୍ରଛାତ୍ରୀ ଆମ ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ । ନୂତନ ଛାତ୍ରଛାତ୍ରୀ ହୁଅନ୍ତୁ ଅବା ପୁରାତନ ସେମାନେ ସୋଆ ସହିତ ଜଡିତ ହୋଇ ରହିବା ଆବଶ୍ୟକ ବୋଲି କୁଳପତି କହିଥିଲେ ।
ସୋଆ ଗବେଷଣା ଓ ବିକାଶ ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଯେ କୌଣସି ଅନୁଷ୍ଠାନରେ ଗବେଷଣା କାର୍ଯ୍ୟ କରିପାରିବେ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀମାନେ ଯେଉଁ ଶିକ୍ଷା ଲାଭ କରିଛନ୍ତି ତାହାକୁ ସମାଜର ହିତ ସାଧନ ନିମନ୍ତେ ବ୍ୟବହାର କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଆଇଟିଇଆର୍ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରି ଏହାର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଗବେଷଣାକୁ ଅଧିକ ଗୁରୁତ୍ୱ ଦେବା ସହ ୧୮ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଗବେଷଣା ଉପରେ ଜୋର ଦିଆଯାଉଥିବା କହିଥିଲେ । ତେବେ ଛାତ୍ରଛାତ୍ରୀମାନେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।

ପ୍ରଥମ ପର୍ଯ୍ୟାୟରେ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍ ) ପ୍ରଫେସର ଧୀରେନ୍ଦ୍ର ନାଥ ଥାଟୋଇ ସ୍ୱାଗତ ଭାଷଣ ଦେଇଥିଲେ ।

ପ୍ରଥମ ଦିନରେ ସୋଆର ଉପକୁଳପତି ପ୍ରଫେସର ପି.କେ ପାତ୍ର, କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମଧ୍ୟ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ଟାଟା କନ୍‌ସଲ୍‌ଟାନ୍ସି (ଟିସିଏସ୍‌) ସେଂଟର ହେଡ୍ ଶ୍ରୀ ବିଭୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଡିଲଏଟ ଓଡ଼ିଶା ସ୍ଥିତ ଭୁବନେଶ୍ୱର ଶାଖାର ଇଞ୍ଜିନିୟରିଂ ଏଆଇ ଆଣ୍ଡ ଡାଟା ଡାଇରେକ୍ଟର ଶ୍ରୀ ବିକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଡିଗ୍ରୀ ପ୍ରଦାନ କରିଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ କାମନା କରିବା ସହିତ ଶ୍ରୀ ପଣ୍ଡା କହିଥିଲେ ଆଧୁନିକ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ଦ୍ରୁତ ଗତିରେ ମଣିଷର କାର୍ଯ୍ୟ ପ୍ରଣାଳୀକୁ ପରିବର୍ତନ କରୁଥିଲେ ମଧ୍ୟ ମଣିଷ ଭିତରେ ଥିବା ମାନବିକତା, କରୁଣା ଓ ସାମାଜିକ ସମ୍ପର୍କକୁ ଏଆଇ କେବେ ବଦଳାଇପାରିବ ନାହିଁ । ସେହିପରି ଯୁବପିଢ଼ି ନିଜର ସଫଳତା ସହିତ ଅନ୍ୟମାନଙ୍କୁ ଆଗକୁ ବଢ଼ାଇବାରେ ସହାୟତା କରିବା ଆବଶ୍ୟକ । ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିବାରେ ନିଜର ପରିବାର, ବିଶ୍ୱବିଦ୍ୟାଳୟ, ଅଧ୍ୟାପକଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ ।

ଦ୍ୱିତୀୟ ଦିନର ପ୍ରଥମ ପର୍ଯ୍ୟାୟରେ ସୋଆର ଉପକୁଳପତି ପ୍ରଫେସର ପି.କେ ପାତ୍ର ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଡିଗ୍ରୀ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମ, ନିଷ୍ଠା, ଶୃଙ୍ଖଳା ଓ ସମୟାନୁବର୍ତିତାର ଫଳ ତଥା ଶିକ୍ଷକ ଓ ଅଭିଭାବକଙ୍କର ସହଯୋଗରେ ସମ୍ଭବପର ହୋଇପାରିଛି ବୋଲି ପ୍ରଫେସର ପାତ୍ର କହିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶପଥପାଠ କରାଇବା ସହ ଡିଗ୍ରୀ ପ୍ରଦାନ କରିଥିଲେ । ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଟିଇଆର୍ ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍ ) ପ୍ରଫେସର ଧୀରେନ୍ଦ୍ର ନାଥ ଥାଟୋଇ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ ଏବଂ ବିଭିନ୍ନ ବିଭାଗୀୟ ମୁଖ୍ୟ, ଫ୍ୟାକଲ୍ଟି ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ।

Tags: graguation daysoa
ShareTweetShareSend
Sanchar Live

Sanchar Live

Next Post
ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି

ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସବୁବେଳେ ମାନସିକ ଚାପରେ ରହୁଛନ୍ତି କି, ଜାଣନ୍ତୁ କେମିତି ପାଇବେ ମୁକ୍ତି?
  • କାଲି ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ ?
  • ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି
  • ଆଇଟିଇଆର୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ଦିବସ ୨୦୨୬ ଆୟୋଜିତ
  • ଗୁଣିଆ ପାଖକୁ ଯାଇ ଦୁଷ୍କର୍ମର ଶିକାର ହେଲେ ମହିଳା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.