ସଂଚାର ବ୍ୟୁରୋ: ଧରାପଡ଼ିଲା ବାବର ଖାଲସା ଇଣ୍ଟରନ୍ୟାସନାଲ ବା ବିକେଆଇର ଜଣେ ଆତଙ୍କବାଦୀ। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଜଡିତ ଥିବା ଆତଙ୍କବାଦୀକୁ ଉତ୍ତରପ୍ରଦେଶର କୌଶାମ୍ବୀରେ ଗିରଫ କରାଯାଇଛି। ପଞ୍ଜାବ ଓ ଉତ୍ତରପ୍ରଦେଶର ସ୍ପେସାଲ ଟାସ୍କ ଫୋର୍ସର ଅଭିଯାନ କ୍ରମେ ସେ ଧରାପଡ଼ିଛି। ପଞ୍ଜାବର ଅମୃତସରନିବାସୀ ଲାଜର ମାସିହକୁ ଆଜି ଭୋରରୁ ଗିରଫ କରାଯାଇଛି। ବିକେଆଇକୁ ଜର୍ମାନୀ ଢାଞ୍ଚାରେ ପରିଚାଳନା କରୁଥିବା ସ୍ବର୍ଣ୍ଣ ସିଂ ଓରଫ ଜୀବନ ଫୌଜିର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲା ଲାଜର। ତା ନିକଟରୁ ତେକେକ ବେଆଇନ ଅସ୍ତ୍ରଶସ୍ତ୍ର, ହ୍ଯାଣ୍ଡ ଗ୍ରେନେଡ, ୨ଟି ଡେଟୋନେଟର, ଏକ ରୁଷୀୟ ପିସ୍ତଲ ଆଦି ଜବତ ହୋଇଛି। ତା ନିକଟରୁ ଗାଜିଆବାଦ ଠିକଣାର ଏକ ଆଧାର କାର୍ଡ ବି ମିଳିଛି। ଗତବର୍ଷ ସେପ୍ଟେମ୍ବର ୨୫ରେ ସେ ପଞ୍ଜାବର ବିଚାର ବିଭାଗୀୟ ହେପାଜତରୁ ଖସି ଫେରାର ହୋଇଯାଇଥିଲା।