ସଂଚାର ବ୍ୟୁରୋ: ସାନ ଭାଇର ଗୁଳିମାଡ଼ରେ ବଡ଼ ଭାଇ ଗୁରୁତର। ଆହତ ଜଣକ ହେଲେ ଭବାନୀପାଟଣା କିଆପଦର ଗାଁର ଯୁବରାଜ ପାଣ୍ଡେ। ତାଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବରାଜଙ୍କ ଦେହରେ ୨ଟି ଗୁଳି ବାଜିଥିବା ଜଣାପଡିଛି । ଏ ନେଇ କର୍ଲାପାଟ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରଖିଛି।