ସଂଚାର ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟ କୋର ଅଂଚଳରେ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ବନକର୍ମଚାରୀମାନେ ମିଳିତ ପେଟ୍ରୋଲିଂ ସମୟରେ ୩ ଶିକାରୀକୁ ଧରିଛନ୍ତି । ସେମାନେ ହେଲେ ମହୁଲଡିହା ଥାନା ଅନ୍ତର୍ଗତ ମନଡାଳଝରି ଗ୍ରାମର ସୁଦର୍ଶନ ପୂର୍ତ୍ତି(୩୬) ଓ ଦୁର୍ଯ୍ୟୋଧନ ପୂର୍ତ୍ତି (୫୨), ଚିରୁପୋଡା ଗ୍ରାମର ଶ୍ରୀକୃଷ୍ଣ ସୁଣ୍ଡି(୨୫) ।
ଏହାପରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ବନଖଣ୍ଡ ଓ କରଞ୍ଜିଆ ବନଖଣ୍ଡ କର୍ମଚାରୀ ମାନଙ୍କ ଦ୍ଵାରା ପଚରା ଉଚରା କରି ଅନ୍ୟ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା।ସେମାନଙ୍କ ପାଖରୁ ଶିକାର ନିମନ୍ତେ ବ୍ୟବହୃତ ୮ଟି ଧନୁ, ୫ଟି ତୀର ଓ ୨ଟି ସମ୍ବର ସିଙ୍ଗ ଜବତ କରାଯାଇଛି। ଏନେଇ ବନବିଭାଗ ପକ୍ଷରୁ ମାମଲା ରୁଜୁ କରି ତିନି ଜଣକୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ବନଖଣ୍ଡ ଉପ ନିର୍ଦ୍ଦେଶକ ସାଇ କିରଣ ସୂଚନା ଦେଇଛନ୍ତି।



