ଭାରତ ସମେତ ବିଭିନ୍ନ ଦେଶରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ଏହାରି ଭିତରେ ପୁଣି ଭାରତର ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସିକ୍କିମରେ ରାତି ୧ଟାରୁ ସକାଳ ପର୍ଯ୍ୟନ୍ତ ୧୨ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକାର ତୀବ୍ରତା ୪.୫ ବୋଲି ଜଣାପଡିଛି ।
ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁଯାୟୀ, ସିକ୍କିମରେ ଅଧ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୫ ରହିଛି । ଭୂକମ୍ପ ରାତି ୧ଟା ୯ ମିନିଟରେ ଅସିଥିଲା । ଭୂକମ୍ପର କେନ୍ଦ୍ର ଗ୍ୟାଲୋସିଂ ଠାରୁ ୧୦ କିମି ଗଭୀରତାରେ ରହିଛି । ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ବିଷୟରେ କିଛି ଜଣାପଡିନାହିଁ ।
ସିକ୍କିମର ଅନ୍ୟ ଅଞ୍ଚଳରେ ଅଧରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଗ୍ୟାଙ୍ଗଟକ, ମଙ୍ଗନ, ନାମଚିରେ ୨ ରୁ ୪ ତୀବ୍ରତା ଯାଏଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାଛଡା ଭାରତର ପଡୋଶୀ ଦେଶ ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୪.୯ ରହିଥିଲା । ଶୁକ୍ରବାର ସାକଳ ୬ଟା ୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୨୦୨୫ରେ ମିଆଁମାରରେ ଭୟଙ୍କର ଭୂକମ୍ପ ଆସିଥିଲା, ଫଳରେ ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା ।
