କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ଚିରା ସିଟରେ ବସି କଲେ ବିମାନ ଯାତ୍ରା । ଏୟାର ଇଣ୍ଡିଆ ବିମାନର ଚିରା ସିଟରେ ବସି କେନ୍ଦ୍ର ମନ୍ତ୍ରୀ ଯାତ୍ରା କରିଥିବା ନେଇ ଏକ୍ସରେ ପୋଷ୍ଟ କରିଛନ୍ତି । ଶିବରାଜ ନିରାଶ ହୋଇ ଏୟାର ଇଣ୍ଡିଆ ବିମାନରେ ବସିବା ବହୁତ ଯନ୍ତ୍ରଣାଦାୟକ ଥିଲା ବୋଲି କହିଛନ୍ତି ।
ସେ ଏକ୍ସରେ ଲେଖିଛନ୍ତି, ଆଜି ମୋତେ ଭୋପାଳରୁ ଦିଲ୍ଲୀ ଯିବାର ଥିଲା । ପୁସାରେ କୃଷକ ମେଳା ଉଦଘାଟନ, କୁରୁକ୍ଷେତ୍ରରେ ବୈଠକ, ଚଣ୍ଡୀଗଡରେ କୃଷକ ସଂଗଠନର ପ୍ରତିନିଧିଙ୍କ ସହିତ ଚର୍ଚ୍ଚା କରିବାର ଥିଲା । ମୁଁ ଏୟାର ଇଣ୍ଡିଆ ବିମାନ AI 436 ରେ ଟିକେଟ କାଟିଥିଲି । ମୋତେ ସିଟ୍ ନଂ ୮ ସି ମିଳିଥିଲା । ମୁଁ ସିଟରେ ବସିବା ବେଳେ ସିଟ୍ ଭାଙ୍ଗିଥିଲା ଏବଂ ଭିତରକୁ ପଶିଯାଇଥିଲା । ଏଥିରେ ବସିବା ଯନ୍ତ୍ରଣାଦାୟକ ରହିଥିଲା । ହେଲେ ବି ଜରୁରୀ କାମ ଥିବାରୁ ମନ୍ତ୍ରୀ ସେହି ସିଟ୍ରେ ବସି ଯାତ୍ରା କରିଥିଲେ । ଖାଲି ଏତିକି ନୁହେଁ ପୂରା ଘଟଣାର ଫଟୋ ଉଠାଇ ସୋସିଆଲ ମିଡିଆର ଏକ୍ସ ପ୍ଲାର୍ଟଫର୍ମରେ ଫଟୋ ପୋଷ୍ଟ କରି ଏୟାରଇଣ୍ଡିଆଙ୍କୁ ଟ୍ୟାଗ କରିଥିଲେ ।
ଏହାପରେ କମ୍ପାନୀ ଏନେଇ କ୍ଷମା ପ୍ରାର୍ଥନା କରିବା ସହିତ ଆଗାମୀ ଦିନରେ ଯେପରି ଭାବରେ କୌଣସି ଯାତ୍ରୀଙ୍କୁ କଷ୍ଟ ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛି ।
କର୍ମଚାରୀ କହିଥିଲେ, ଆମେ ଏହି ସିଟ୍ରେ ଯାତ୍ରୀ କରାଇବାକୁ ଆଦୌ ସହମତି ଦେଇନଥିଲୁ । ଏମିତିକି ବିମାନରେ ଏମିତି ଆହୁରି ସିଟ୍ ରହିଛି ଯାହା ବସିବା ଲାଗି ଉପଯୋଗୀ ନୁହେଁ । ଏହାସହ ମନ୍ତ୍ରୀଙ୍କୁ ଅନ୍ୟ ସିଟ୍ରେ ବସି ଯାତ୍ରା କରିବାକୁ କର୍ମଚାରୀମାନେ ଅନୁରୋଧ ବି କରିଥିଲେ । ହେଲେ ମନ୍ତ୍ରୀ କହିଥିଲେ, ନିଜ ସୁବିଧା ଲାଗି ଅନ୍ୟଯାତ୍ରୀଙ୍କୁ କଷ୍ଟଦେବା ଆଦୌ ଠିକ୍ ହେବ ନାହିଁ । ମନ୍ତ୍ରୀ ଫଟା ସିଟରେ ବସି ଯାତ୍ରା କରିଥିଲେ ।