ସଂଚାର ବ୍ୟୁରୋ: ଆମେରିକାରେ ଅଚଳାବସ୍ଥା । ବିଶ୍ବର ସବୁଠାରୁ ବଡ ଅର୍ଥନୀତି କୁହାଯାଉଥିବା ଆମେରିକାର ଆର୍ଥିକ ଅବସ୍ଥା ଠପ୍ ହୋଇଯାଇଛି । ୬ବର୍ଷ ପରେ ଏଭଳି ପରିସ୍ଥିତି ଦେଖାଦେଇଛି । ରିପବ୍ଲିକାନ୍ ପକ୍ଷରୁ ଆଗତ ଫଣ୍ଡିଂ ପ୍ୟାକେଜକୁ ଡେମୋକ୍ରାଟ୍ ପକ୍ଷରୁ ବିରୋଧ କରାଯାଇଥଲା । ଏହାପରେ ଆମେରିକାରେ ବଡ ଧରଣର ସଂକଟ ଦେଖାଦେଇଛି । ହଜାର ହଜାର କର୍ମଚାରୀଙ୍କୁ ଦରମା ମିଳିବା ନେଇ ଆଶଙ୍କା ଦେଖାଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ ହୋଇଛି । ଅତ୍ୟାବଶ୍ୟକ ସେବା କର୍ମଚାରୀମାନଙ୍କୁ ଦରମା ମିଳିବ ନାହିଁ ।
ଏପରିକି ସେନା କର୍ମଚାରୀମାନେ ମଧ୍ୟ ବିନା ଦରମାରେ କାମ କରିବାକୁ ପଡିବ । ୭୫ହଜାର କର୍ମଚାରୀଙ୍କୁ ସାମୟିକ ଛୁଟି ଦିଆଯିବ । ପୂର୍ବରୁ ୨୦୧୮-୧୯ ମସିହାରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ଏଫଆଇବି, ସିଆଇଏ ଏବଂ ଡାକ ପରି ଗୁରୁତ୍ୱପୂର୍ଣ୍ଣ ସେବା ଚାଲୁ ରହିବ । ଗତ ୬ ବର୍ଷରେ ପ୍ରଥମ ଥର ଆମେରିକା ପୁଣି ଥରେ ସଟ୍ଡାଉନ ମୁହାଁ ହୋଇଛି । ଆମେରିକା ସଂସଦ ଉପର ଗୃହ ସିନେଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାର୍ଟି ଅସ୍ଥାୟୀ ଫଣ୍ଡିଂ ବିଂଲ ପାସ୍ କରିବାରେ ବିଫଳ ହୋଇଛି ।
ପାର୍ଟିକୁ ୬୦ ଭୋଟର ଆବଶ୍ୟକ ଥିଲା ହେଲେ ମାତ୍ର ମିଳିଥିଲା ୫୫ଟି। ତେଣୁ ଏହି ଏବେ ପ୍ରସ୍ତାବ ଗ୍ରହଣ କରାଯାଇନାହିଁ । ଫଣ୍ଡିଂ ସମୟସୀମା ଆଜି ଶେଷ ହେଉଛି । ତେଣୁ ସ୍ପଷ୍ଟ ଯେ ଏହି ସ୍ଥିତି ପାଇଁ ସରକାର ନିଶ୍ଚୟ ଫଣ୍ଡିଂର ବିସ୍ତାର କରିପାରିବ ନାହିଁ ଅର୍ଥାତ କିଛି ଖର୍ଚ୍ଚ କରିପାରିବ ନାହିଁ । ଏହାର ଅର୍ଥ ସଂଘୀୟ ସରକାରର ସବୁ କାର୍ଯ୍ୟ ବନ୍ଦ ହୋଇପାରେ । ଆମେରିକାର ଆଇନ ଅନୁଯାୟୀ, ବଜେଟ୍ କିମ୍ବା ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ ନହେବା ପର୍ଯ୍ୟନ୍ତ “ଅଣ-ଅତ୍ୟାବଶ୍ୟକ” ସରକାରୀ ବିଭାଗ ଏବଂ ସେବାଗୁଡ଼ିକୁ ବନ୍ଦ ରଖିବାକୁ ପଡିବ। ଏହି ପରିସ୍ଥିତିକୁ ସଟ୍ଡାଉନ କୁହାଯାଏ ।
ଗତ ଦୁଇ ଦଶକରେ ଏହା ଆମେରିକା ପଞ୍ଚମ ବଡ଼ ସଟ୍ଡାଉନ୍ ସ୍ଥିତି ହୋଇପାରେ ।ଏହା ପୂର୍ବରୁ ରିବ୍ଲିକାନ ସରକାର ନଭେମ୍ବର ୨୧ ଯାଏ ଏକ ସ୍ୱଳ୍ପ ବଜେଟ୍ ଘୋଷଣା କରି ବିଲ୍ ପାସ୍ କରିଥିଲେ । ଡେମୋକ୍ରାଟିକ ଅନୁସାରେ ଏହା ପର୍ଯ୍ୟାପ୍ତ ନଥିଲା । ସେ ଚାହୁଁଥିଲେ କି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀଷ୍ମକାଳୀନ ମେଗା ବିଲ୍ରୁ ମେଡିକେଟ ଛାଡକୁ ଫେରାଇ ନିଅନ୍ତୁ । ସୁଲଭ ସେବା ଆଇନରୁ ପ୍ରମୁଖ ଟିକସ କ୍ରେଡିଟ୍ ବୃଦ୍ଧି କରାଯାଉ । ହେଲେ ରିପ୍ଲିକାନ ଏହି ଦାବିକୁ ଖାରଜ କରିଛି । ୧୦୦ ସଦସ୍ୟ ଥିବା ଗୃହରେ ପ୍ରସ୍ତାବ ସପକ୍ଷରେ ୬୦ ଭୋଟ ନୁହେଁ ୫୫-୪୫ ଅନ୍ତରରେ ରହିଥିଲା ।
୬ ବର୍ଷ ପରେ ଏହା ପ୍ରଥମ ଥର ହେବ, ଯେଉଁଠି ଫଣ୍ଡିଂ କମ ହେବାରୁ ଆମେରିକାରେ ଅନେକ ସେବା ପ୍ରଭାବିତ ହେବ । ଆମେରିକାର ସଂଘୀୟ ସରକାର, ଟ୍ରମ୍ପ ପ୍ରଶାସନ ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଛି । କଂଗ୍ରେସରୁ ଆବଶ୍ୟକୀୟ ଅନୁମୋଦନ ପାଇବାରେ ବିଫଳ ହୋଇଥିବାରୁ ଟ୍ରମ୍ପ ପ୍ରଶାସନର ପାଣ୍ଠିକୁ ବନ୍ଦ କରି ଦିଆଯାଇଛି । ସରକାର ଏହାର ଖର୍ଚ୍ଚ ବିଲ୍ ପାସ୍ କରିବାରେ ବିଫଳ ହୋଇଛି । ଆମେରିକାରେ ସରକାରୀ ସଂସ୍ଥାଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ ହୋଇଯିବ । ଅଣ-ଅତ୍ୟାବଶ୍ୟକୀୟ ଫେଡେରାଲ୍ କର୍ମଚାରୀମାନଙ୍କୁ ବିନା ଦରମାରେ ଛୁଟିରେ ରଖାଯିବ । ସାମରିକ କର୍ମଚାରୀଙ୍କୁ ବିନା ଦରମାରେ କାମ କରିବାକୁ ବାଧ୍ୟ କରାଯିବ।

