ସଂଚାର ବ୍ୟୁରୋ: ଟିମ୍ ଇଣ୍ଡିଆର ଭାଇସ୍ କ୍ଯାପଟେନ ଶ୍ରେୟାସ୍ ଆୟାର ଗୁରୁତର ଆହତ । ଅଷ୍ଟ୍ରେଲିଆର ସିଡନିର ଏକ ହସପିଟାଲରେ ସେ ଆଇସିୟୁରେ ଅଛନ୍ତି। ଅଷ୍ଟ୍ରେଲିଆ ସହିତ ଅନ୍ତିମ ଦିନିକିଆ ମ୍ୟାଚ ବେଳେ ସେ ଆହତ ହୋଇଥିଲେ। ଫିଲଡିଂ କରିବା ବେଳେ ଆହତ ହୋଇଥିଲ। ସୂଚନା ଅନୁସାରେ ତାଙ୍କର ପଂଜରା ହାଡ଼ ଭାଙ୍ଗି ଯାଇଯାଇଛି ଓ ଇଣ୍ଟରନାଲ ବ୍ଲିଡିଂ ହୋଇଥିଲେ। ପଛ ଆଡ଼କୁ ଦୌଡ଼ି ଆଲେକ୍ସ କ୍ୟାରିର ଏକ ଦର୍ଶନୀୟ କ୍ୟାଚ୍ ଧରିଥିଲେ ଶ୍ରେୟାସ୍। ଏହି ସମୟରେ ତଳେ ପଡ଼ିଯିବାରୁ ତାଙ୍କର ପଂଜରା ହାଡ଼ ଭାଙ୍ଗି ଯାଇଛି। ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା। ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଇଣ୍ଟରନାଲ ବ୍ଲିଡିଂ ହୋଇଛି। ତେଣୁ ଶ୍ରେୟାସଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ଏକ ସପ୍ତାହ ତାଙ୍କୁ ଅବଜରଭେସନରେ ରଖାଯିବ। ପ୍ରାୟ ତିନି ସପ୍ତାହ ସେ କ୍ରିକେଟ ଖେଳି ପାରିବେ ନାହିଁ ଜଣାପଡ଼ିଛି। ଯାତ୍ରା କରିବାକୁ ଡାକ୍ତର ଫିଟ୍ ବୋଲି କହିବା ପରେ ସେ ସିଧା ଘରକୁ ଫେରି ଆସିବେ। ଟି-ଟ୍ଵେଣ୍ଟି ଟିମ୍ ରେ ନାହାନ୍ତି ଶ୍ରେୟାସ ଆୟାର।

