ସେୟାର ମାର୍କେଟରେ ହାହାକାର । ଭାରତୀୟ ସେୟାର ବଜାର ଉପରେ ଯୁଦ୍ଧର ପ୍ରଭାବ । ୧୫୦୦ ତଳକୁ ଖସିଲା ସେନସେକ୍ସ । ଆଜି କାରବାର ଆରମ୍ଭରୁ ୧୫୨୦ ପଏଣ୍ଟ ତଳକୁ ଖସିଥିଲା BSE ସେନସେକ୍ସ । ସେହିପରି ନିଫ୍ଟି ଫିପ୍ଟି ୪୮୫ ପଏଣ୍ଟକୁ ହ୍ରାସ ପାଇଥିଲା । ୨୨ ହଜାର ୬୨୯ ପଏଣ୍ଟକୁ ଖସିଥିଲା ନିଫ୍ଟି ୫୦ । ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ସେୟାର ବଜାର କ୍ରାସ୍ । କାରବାର ଆରମ୍ଭ ହେବା ମାତ୍ରେ, ଟାଟା ଷ୍ଟିଲ, ଆଦାନୀ ପୋର୍ଟସ ଆଣ୍ଡ ସ୍ପେସିଆଲ ଇକୋନୋମିକ ଜୋନ, ବାଜାଜ ଫାଇନାନ୍ସ, ଟାଇଟନ, ଭାରତ ଇଲେକଟ୍ରୋନିକ୍ସ ଆଦି କମ୍ପାନୀର ସେୟାର ମୂଲ୍ୟ ହ୍ରସ ପାଇଥିଲା। କେବଳ ଏଚିସିଏଲ ଏବଂ ଟାଟା କନସଲଟାନିସିର ସେୟାର ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଥିଲା। ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଥିବା ବେଳେ କେବେ ସରିବ ତାକୁ ନେଇ ଅନିଶ୍ଚିତତା ଜାରି ରହିଛି। ଯାହାକୁ ନେଇ ନିବେଶକ ଭୟଭିତ।
ସେହିପରି ମାର୍ଚ୍ଚ ୧୧ରେ ଭାରତୀୟ ସେୟାର ବଜାରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଥିଲା। ପଶ୍ଚିମ ଏସିଆରେ ବଢୁଥିବା ଯୁଦ୍ଧ ପରିସ୍ଥିତି (ଆମେରିକା-ଇସ୍ରାଏଲ-ଇରାନ) ଯୋଗୁଁ ନିବେଶକମାନେ ଆତଙ୍କିତ ହୋଇ ସେୟାର ବିକ୍ରି କରିଥିଲେ । BSE ସେନସେକ୍ସ ପ୍ରାୟ ୧୩ଶହ ପଏଣ୍ଟ ଖସିଥିଲା । ସେହିପରି ନିଫ୍ଟି ପ୍ରାୟ ୪ ଶହ ପଏଣ୍ଟ ଖସିଥିଲା । ବଜାରରେ ଅଟୋ ଏବଂ ବ୍ୟାଙ୍କିଙ୍ଗ୍ ସେୟାରଗୁଡ଼ିକରେ ସବୁଠାରୁ ଅଧିକ ହ୍ରାସ ହୋଇଥିଲା । HDFC ଓ Axis Bank ଭଳି ବଡ଼ ବ୍ୟାଙ୍କଗୁଡ଼ିକର ସେୟାର ୨% ରୁ ଅଧିକ ଖସିଥିଲା ।

