ସଂଚାର ବ୍ୟୁରୋ: ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲା। ଅଭିଯୁକ୍ତ ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକସନ ଟେଷ୍ଟ। ତଦନ୍ତରେ ସହଯୋଗ କରୁ ନଥିବାରୁ ଏଭଳି ନିଷ୍ପତ୍ତି ନେଇଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚକୁ ଅନେକ ତଥ୍ୟର ସନ୍ତୋଷଜନକ ଉତ୍ତର ଶଙ୍କର ପୃଷ୍ଟି ଦେଉ ନଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପାଖରେ ପ୍ରମାଣ ଥିଲେ ବି ତାହାକୁ ବିଭ୍ରାନ୍ତ କରି ତଦନ୍ତକାରୀ ଅଫିସରଙ୍କୁ ଭୁଆଁ ବୁଲାଉଛି ଶଙ୍କର । ଶଙ୍କର ଏବେ ରିମାଣ୍ଡରେ ଥିବା ବେଳେ ଆସନ୍ତାକାଲି ରିମାଣ୍ଡ ଅବଧି ଶେଷ ହେବ। କେବଳ ଶଙ୍କର ନୁହେଁ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକର ବି ହେବ ଲାଏ ଡିଟେକସନ ଟେଷ୍ଟ।.

