ଭୁବନେଶ୍ୱର : ଅନେକ ଲୋକଙ୍କ ଭାବନା ଥାଏ ଯେ, ଲୋକେ ତାଙ୍କୁ ସମ୍ମାନ ଦେଉ ନାହାନ୍ତି। ଯେଉଁଥି ପାଇଁ ତାଙ୍କର ସେଲ୍ଫ କନଫିଡେନ୍ସ ବା ଆତ୍ମ ବିଶ୍ୱାସ ଦୁର୍ବଳ ହୋଇଯାଏ ଏବଂ ସେ ନିଜକୁ ବି ସମ୍ମାନ ଦେଇ ନଥା’ନ୍ତି। କିନ୍ତୁ ସାଇକ୍ଲୋଲଜି ମୁତାବିକ, ଯେବେ ଆପଣ ନିଜେ ନିଜର ସେଲ୍ଫ ରେସପେକ୍ଟ (ଆତ୍ମ ସମ୍ମାନ)କୁ ବଜାୟ ରଖିବେ, ସେତେବେଳେ ଲୋକେ ଆପଣଙ୍କର ସମ୍ମାନ କରିବେ। ଆତ୍ମ ସମ୍ମାନ ତିଆରି କରିବା ପାଇଁ ନିଜର ଅଭ୍ୟାସ ଓ ବ୍ୟବହାରରେ ଏହି ପ୍ରକାରର ଭୁଲ କରନ୍ତୁ ନାହିଁ।
ଲୋକଙ୍କ ପଛରେ ଦୌଡ଼ନ୍ତୁ ନାହିଁ – ଯଦି ଆପଣଙ୍କ ସହ କଥା ହେବାକୁ କେହି ଉତ୍ସାହିତ ନାହାନ୍ତି ତ, ଜବରଦସ୍ତ ତାଙ୍କ ସହ କଥା ହେବା ବା ସଂପର୍କ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏମିତି କରିବାରେ ହିଁ ଆପଣଙ୍କ ଆତ୍ମ ସମ୍ମାନକୁ କମାଇ ଦିଏ
ସବୁବେଳେ ଅନ୍ୟଙ୍କୁ ମାଗିବା ଛାଡ଼ି ଦିଅନ୍ତୁ – ଅନ୍ୟମାନଙ୍କୁ ସବୁବେଳେ କିଛି ନା କିଛି ମାଗିବାର ଅଭ୍ୟାସ ଛାଡ଼ି ଦିଅନ୍ତୁ। ତାହା ମେଣ୍ଟାଲ ସପୋର୍ଟ ହେଉ ବା ଫିଜିକାଲ ବା ଇକୋନମିକାଲ ହେଉ, ଅନ୍ୟ ଉପରେ ବେଶୀ ନିର୍ଭରଶୀଳ ହୁଅନ୍ତୁ ନାହିଁ।
ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ – ଆତ୍ମ ସମ୍ମାନ କମ୍ ହେବାରେ ସବୁଠୁ ବଡ଼ କାରଣ ବିନା କାରଣରେ ଗପିବା। ଯେଉଁଠି ଆବଶ୍ୟକ ନାହିଁ ସେଠାରେ କିଛି କୁହନ୍ତୁ ନାହିଁ। ଆପଣଙ୍କର ମୌନ ରହିବା ସମ୍ମାନକୁ ବଢାଇବାର କାମ କରି ପାରେ।
ନିଜକୁ ସମ୍ମାନ କରନ୍ତୁ – ଅନ୍ୟମାନେ ଆପଣଙ୍କୁ ସେତେବେଳେ ସମ୍ମାନ ଦେବେ, ଯେତେବେଳେ ଆପଣ ନିଜକୁ ସମ୍ମାନ କରିବେ। ଯେବେ ବି କେହି ଆପଣଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛି ତ ତୁରନ୍ତ ତାକୁ ଜବାବ ଦିଅନ୍ତୁ ଏବଂ ସମ୍ମାନ ରକ୍ଷା କରିବାକୁ ପୂରା ଚେଷ୍ଟା କରନ୍ତୁ।
ଲୋକଙ୍କୁ କମ୍ ସାକ୍ଷାତ୍ କରନ୍ତୁ – ଏମିତି ଲୋକ ଅଛନ୍ତି , ଯିଏକି ଆପଣଙ୍କ ସହ ଭେଟିବାକୁ ଆଗ୍ରହ କରନ୍ତି ନାହିଁ। ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ ବା ଖୁବ୍ କମ୍ ସାକ୍ଷାତ କରନ୍ତୁ। ଏମିତି କରି ଆପଣ ନିଜର ଆତ୍ମ ସମ୍ମାନକୁ ବଞ୍ଚାଇ ପାରିବେ।
ନିଜ ପାଇଁ ସମୟ ବାହାର କରନ୍ତୁ – ସେଲଫ ରେସ୍ପେକ୍ଟ ବା ଆତ୍ମ ସମ୍ମାନର ସବୁଠୁ ଜରୁରୀ ମନ୍ତ୍ର ନିଜ ପାଇଁ ସମୟ ବାହାର କରନ୍ତୁ ଏବଂ ଏକୁଟିଆ ଖୁସି ରହିବା ଶିଖନ୍ତୁ। ଏମିତି କରିବାରେ ଆପଣ ନିଜ ସହ ଖୁସି ରହିବେ ଏବଂ ଅନ୍ୟ ଉପରେ ନିର୍ଭରଶୀଳ ହେବେ ନାହିଁ।
ପଛରେ କହିବା କମ୍ କରନ୍ତୁ – ଅନ୍ୟ ବିଷୟରେ ଯଦି ଆପଣ ଖରାପ କୁହନ୍ତି ତ ଧ୍ୟାନ ରଖିବେ କି, ଏହା ଆପଣଙ୍କର ସମ୍ମାନକୁ ହ୍ରାସ କରୁଛି। ଏଥିପାଇଁ ଆତ୍ମ ସମ୍ମାନ ବଢାଇବା ପାଇଁ ପଛରେ କହିବା କମ୍ କରନ୍ତୁ।