ସଂଚାର ବ୍ୟୁରୋ: କଲେଜ ଛାତ୍ରଙ୍କ ଆତ୍ମହତ୍ୟା । କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଥାନା ଅଭିଯୋଗ ଆଣିଲେ ପରିବାର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଠାରେ ଥିବା ଏକ ଘରୋଇ ଯୁକ୍ତଦୁଇ ରେସିଡେନ୍ସିଆଲ କଲେଜର ଦ୍ୱତୀୟ ବର୍ଷ ଛାତ୍ର ଆଶିଷ ପଣ୍ଡା ରବିବାର ଦିନ ଓଡ଼ିଶୋ ପଂଚାୟତ ଅଣ୍ଡେଇଗଡା ସ୍ଥିତ ନିଜ ଘରକୁ ଆସିଥିଲେ । ଘରେ କୌଣସି କାରଣରୁ ଛାତ୍ର ଜଣଙ୍କ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ର ମୃତ୍ୟୁ ହୋଇଥିଲା । କଲେଜ କର୍ତ୍ତୃପକ୍ଷ ଙ୍କ ନିର୍ଯ୍ୟାତନା ଯୋଗୁ ପୁଅ ଆତ୍ମହତ୍ଯା କରିଥିବା ପରିବାର ଲୋକେ ଧର୍ମଶାଳା ରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିଥିବାବେଳେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।