ସଂଚାର ବ୍ୟୁରୋ: ଶ୍ରୀମନ୍ଦିରରେ ବଢିଲା ସୁରକ୍ଷା ବ୍ୟବସ୍ଥା । ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୨ ପ୍ଲାଟୁନ ଫୋର୍ସକୁ ମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି ।ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚେକିଂ କଡାକଡି କରାଯାଉଛି । ଆଣ୍ଟି ସାବୋଟେଜ୍ ଟିମ୍ ମାଧ୍ୟମରେ ଚେକ୍ ମଧ୍ୟ ନିୟମିତ ଭାବରେ କରାଯାଉଛି । ଭକ୍ତଙ୍କୁ ଚାରିଦ୍ୱାରେ ଫ୍ରିସ୍କିଂ କରାଯାଇ ଭିତରକୁ ଛଡାଯାଉଛି । DFMD ଓ HHMD ମେସିନ ମାଧ୍ୟମରେ ଚେକିଙ୍ଗ ସହ ଫିଜିକାଲ ଚେକିଙ୍ଗ ମଧ୍ୟ କରାଯାଉଛି । ମେସିନରେ କୌଣସି ବୈଷୟିକ ତ୍ରୁଟି ଥିଲେ ଫିଜିକାଲ ଚେକିଙ୍ଗ କରାଯାଇ ଭିତରକୁ ଭକ୍ତଙ୍କୁ ଛଡ଼ା ଯାଉଛି । ଅନ୍ୟ ପୁରୀର ଚାରି ସାମୁଦ୍ରିକ ଥାନାକୁ ମଧ୍ୟ ଆଲର୍ଟ କରାଯାଇଛି ।