ସଂଚାର ବ୍ୟୁରୋ: ଭାରତୀୟ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ଲାଗିଛି ବଡ ଝଟକା । ବଜାର ନିୟାମକ (SEBI) ଅନିଲ ଅମ୍ବାନୀଙ୍କ ସମେତ ୨୪ ଅନ୍ୟ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କ ଉପରେ ସିକ୍ୟୁରିଟି ମାର୍କେଟରେ ୫ ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଦେଇଛି ସେବି । ଏହା ସହ ସେବି ଅନିଲ ଅମ୍ବାନୀଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛି ।
ବଜାର ନିୟାମକ ଅନିଲ ଅମ୍ବାନୀଙ୍କ ସମେତ ୨୪ ଅନ୍ୟ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଥିରେ ରିଲାଏନ୍ସ ହୋମ ଫାଇନାନ୍ସର ବହୁ ପୂର୍ବତନ କାର୍ଯ୍ୟକାରୀ ମଧ୍ୟ ସାମିଲ ଅଛନ୍ତି । ସିକ୍ୟୁରିଟି ମାର୍କେଟରୁ ସମସ୍ତଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରି ଦେଇଛି ସେବି । କମ୍ପାନିର ପଣ୍ଡରେ ହେରାଫେରି ଯୋଗୁଁ ସେବି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ଜଣାପଡ଼ିଛି ।
ସେପଟେ କୌଣସି ଲିଷ୍ଟେଡ୍ କମ୍ପାନିରେ ପ୍ରବନ୍ଧକ ଭାବରେ ଦାୟିତ୍ବ ନେବାକୁ ଅନିଲ ଅମ୍ବାନୀଙ୍କୁ ମନା କରିଛି ସେବି । ରିଲାଏନ୍ସ ହୋମ୍ ଫାଇନାନ୍ସକୁ ସିକ୍ୟୁରିଟି ମାର୍କେଟରେ ୬ ମାସ ପ୍ରତିବନ୍ଧକ ଲଗାଯାଇଛି । ଏହା ସହ କମ୍ପାନି ଉପରେ ୬ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ସେବି ।