ସଂଚାର ବ୍ୟୁରୋ: ୧୭ ତାରିଖରୁ ବିଜେପିର ସେବା ପକ୍ଷ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନଠାରୁ ଅକ୍ଟୋବର 2 ଯାଏଁ ସେବା ପକ୍ଷ ପାଳିବ ବିଜେପି । ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ଶିବିର, ପର୍ଯ୍ୟବରଣ ଓ ସ୍ବଚ୍ଛତା ଅଭିଯାନ ମଧ୍ୟ କରାଯିବ । ମନ୍ଦିର ଓ ବିଦ୍ୟାଳୟ, ଡାକ୍ତରଖାନା ଓ ପୁଷ୍କରିଣୀରେ ସଫେଇ କାର୍ଯ୍ୟ କରିବ ଦଳ । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବା ସହ ସେମାନଙ୍କୁ ଉତ୍ସାହିତ କରାଯିବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଈଁ ରାଜ୍ୟ ସ୍ତରୀୟ କମିଟି ତିଆରି ହୋଇଛି ।