ସଂଚାର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱରର ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେ ଦିନ ସମ୍ପୂର୍ଣ୍ଣ ଛୁଟି ରହିବ । ଏଥି ସହିତ ଭୁବନେଶ୍ବର ମହାନିଗମ ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀ ୧୭ ତାରିଖରେ ଭୁବନେଶ୍ବର ଆସୁଛନ୍ତି। ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ମଧ୍ୟାହ୍ନ ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଉକ୍ତ ଦିନ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯିବ।