ସଂଚାର ବ୍ୟୁରୋ: କଟକ ଏସସିବି ମେଡିକାଲରେ ୨ ମହିଳାଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ ପ୍ରସଙ୍ଗ। ଆଜି ରିପୋର୍ଟ ଦାଖଲ କରିବ ତଦନ୍ତକାରୀ ଟିମ। ଏହି ରିପୋର୍ଟ ପ୍ରସ୍ତୁତ ହୋଇ ସାରିଥିବାବେଳେ ଆଜି ଦାଖଲ ହେବ ବୋଲି କହିଛନ୍ତି ଡିଏମଇଟି ସନ୍ତୋଷ କୁମାର ମିଶ୍ର। ଯାହା ସତ ତାହା ରିପୋର୍ଟରେ ଅଛି। ତାଉପରେ ସରକାର ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଡିଏମଇଟି। ରିପୋର୍ଟରେ ଘଟଣାର ସବୁ କିଛି ଅଛି ବୋଲି କହିଛନ୍ତି ଡିଏମଇଟି । ଗତ ରବିବାର ରାତିରେ ଏସସିବି ହୃଦରୋଗ ବିଭାଗରେ ଏ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଥିଲା। ମହିଳା ରୋଗୀଙ୍କୁ ଡାକ୍ତର ଦିଲବାଗ ସିଂ ଠାକୁର ମହିଳା ନର୍ସଙ୍କ ଅନୁପସ୍ଥିତିରେ ଇକୋ ଟେଷ୍ଟ କରିଥିଲେ। ଯାହାକି ଏସଓପିର ଖୋଲାଖୋଲି ଉଲ୍ଲଂଘନ। ପରୀକ୍ଷାବେଳେ ସମ୍ପର୍କୀୟଙ୍କୁ ମଧ୍ଯ ରୋଗୀଙ୍କ ପାଖରେ ରହିବାକୁ ମନା କରିଦେଇଥିଲେ ଡାକ୍ତର। ସାଧାରଣତଃ ଇକୋ କରିବାକୁ ୧୫ ମିନିଟ ସମୟ ଦରକାର ହେଉଥିବାବେଳେ ୩୦ ମିନିଟ ଟାଇମ ନେଇଥିଲେ ଡାକ୍ତର। ଏହି ସମୟରେ ଡାକ୍ତର ଦୀଲବାଗ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା