ସଂଚାର ବ୍ୟୁରୋ: SBI ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୩୫୦୦ ପଦବୀ ଖାଲି ପଡିଛି । ଏହି ନିଯୁକ୍ତି ପ୍ରକ୍ରିୟା ଏପର୍ଯ୍ୟନ୍ତ ଜାରି ରହିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରନ୍ତୁ ।
SBI ଅଧ୍ୟକ୍ଷ ସି.ଏସ୍.ଶେଟ୍ଟୀ ୧୮,୦୦୦ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛନ୍ତି । ଏଥିରେ ପ୍ରାୟ ୧୩,୫୦୦କ୍ଲାରିକାଲ୍ ପଦବୀ ଏବଂ ଅନ୍ୟାନ୍ୟ ଅଧିକାରୀ ଲେବଲ୍ ଏବଂ ସ୍ଥାନୀୟ ଲେବଲ୍ ଆଧାରରେ ଭର୍ତ୍ତି କରାଯିବ । ଜୁନ୍ ମାସରେ ୫୦୫ PO ପଦବୀ ଭର୍ତ୍ତି ଜାରି କରାଯାଇଛି । ଏହି ପ୍ରକ୍ରିୟା ଚଳିତ ବର୍ଷ ସୁଦ୍ଧା ଆରମ୍ଭ ହୋଇପାରେ ।
ଯଦି ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ଯାହା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେଣୁ ଏଥିପାଇଁ ନିଜକୁ ତ୍ବରାନ୍ବିତ କରିବା ଉଚିତ୍ । ଅଧିକ ବିବରଣୀ ପାଇଁ SBIର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରନ୍ତୁ । ଯେଉଁଥିରେ ଆପଣଙ୍କଚ ଆବେଦନ ଲିଙ୍କ୍ ମିଳିଯାଇପାରିବ । ସେଥିରେ ଯୋଗ୍ୟତା ଏବଂ ବୟସ ସୀମାକୁ ମଧ୍ୟ ଯାଚ କରିପାରିବେ ।

