ସଂଚାର ବ୍ୟୁରୋ: ସାମ୍ନାକୁ ଆସିଲା 420 ରସିକନାଗର ସତ୍ୟଜିତର କଳାକାରନାମା। ପୀଡିତା ବଖାଣିଲେ ଠକର କାରନାମା। ପଶ୍ଚିମବଙ୍ଗରେ ରହୁଥିବା ପୀଡିତା ଯୁବତୀ ଜଣଙ୍କୁ ମାଟ୍ରିମୋନିଆଲ ସାଇଟରେ ଯୋଗାଯୋଗ କରିଥିଲା ଠକ ସତ୍ୟଜିତ। ନିଜ ଫେସବୁକରେ ଏକ ନକଲି ପ୍ରୋଫାଇଲ କରି ଯୁବତୀ ଜଣଙ୍କୁ ପ୍ରେମ ନିବେଦନ କରିଥିଲା । ନିଜକୁ ଆୟକର ବିଭାଗର ଅଧିକାରୀ କହି ବିବାହ କରିବାକୁ କହୁଥିଲା ବୋଲି କହିଛନ୍ତି ପୀଡ଼ିତା।
ଗତକାଲି ଭୁବନେଶ୍ବର କ୍ଯାପିଟାଲ ଥାନା ପୋଲିସ ଏହି ରସିକିଆ ଠକକୁ ଗିରଫ କରିଛି । ରାଜ୍ଯ ତଥା ରାଜ୍ଯ ବାହାରର ଏକାଧିକ ଯୁବତୀଙ୍କୁ ନିଜ ପ୍ରେମ ଫାଶରେ ପକାଇ ବିବାହ କରିବାରେ ସଫଳ ହୋଇଥିଲା ସତ୍ଯଜିତ ସାମଲ । ସତ୍ଯଜିତର ଘର ଯାଜପୁରରେ । ମ୍ଯାଟ୍ରିମୋନିଆଲ ସାଇଟକୁ ସେ ତାର ଠକେଇର ପ୍ଲାଟଫର୍ମ କରିଥିଲା । ମ୍ଯାଟ୍ରିମୋନିଆଲ ସାଇଟରେ ସେ ଡିଭୋର୍ସି, ବିଧବା ଓ ଏକା ରହୁଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲା । ପରେ ସେମାନଙ୍କ ସହ ବନ୍ଧୁତା କରି ପ୍ରେମ ଜାଲରେ ଫସାଇ ବିବାହ କରିବାରେ ସଫଳ ହେବାପରେ ସେମାନଙ୍କୁ ଲୁଟୁଥିଲା । ଲୁଟ କରିବା ପରେ ଏକାଧିକ ଥର ଦୁବାଇ ପଳାଉଥିଲା ବୋଲି ପୋଲିସ କହିଛି । ତେବେ ଅଭିଯୋଗ ପରେ ଏହି ରସିକିଆକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା । ଜଣେ ମହିଳା ପୋଲିସଙ୍କୁ ପ୍ରେମିକା ସଜାଇ ତାକୁ ଫାଶରେ ପକାଇବାକୁ ଉଦ୍ଯମ କରାଯାଇଥିଲା । ଯେଉଁଥିରେ ପୂରା ଫସିଯାଇଥିଲା ସତ୍ଯଜିତ । ପ୍ରେମିକା ପୋଲିସକୁ ଲଙ୍ଗଡ୍ରାଇଭରେ ନେଇ ଯାଉଥିବାବେଳେ ପିଛା କରି ଫିଲ୍ମ ଷ୍ଟାଇଲରେ ସତ୍ଯଜିତକୁ ମାଡିବସିଥିଲା ପୋଲିସ । ସତ୍ଯଜିତ ପାଖରୁ କାର, ବୁଲେଟ ଜବତ କରି ଅଧିକ ଛାନବିନ ଚଳାଇଛି ।