ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଚିବ ଭାବେ ଆଇଏଏସ୍ ସତ୍ୟବ୍ରତ ରାଉତଙ୍କୁ ନିଯୁକ୍ତି ମିଳିଛି । ସେ ବିଧାନସଭା ସଚିବ ତଥା ଓଏସଡି ଦାଶରଥୀ ଶତପଥୀଙ୍କ ସ୍ଥାନରେ ସଚିବ ଭାବେ କାର୍ଯ୍ୟ କରିବେ । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୧୩ ବ୍ୟାଚ୍ ଆଇଏଏସ୍ ସତ୍ୟବ୍ରତ ରାଉତଙ୍କୁ ଓଡ଼ିଶା ବିଧାନସଭାର ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ ରାଉତ ଏବେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଅଛନ୍ତି।
ଜଗତସିଂହପୁର ଜିଲ୍ଲାର ମଧ୍ୟଶାସନଠାରେ ଶ୍ରୀ ରାଉତଙ୍କର ଦୀର୍ଘବର୍ଷର ପ୍ରଶାସନିକ ଅଭିଜ୍ଞତା ରହିଛି । ଶ୍ରୀ ରାଉତ ବିଜେଡି-ବିଜେପି ସରକାରରେ ପୂର୍ବତନ ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଓଏସଡି ଓ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଅର୍ଥ ବିଭାଗରେ ଦୀର୍ଘବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ । ସେ ଗତବର୍ଷ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ହୋଇଥିଲେ । ସେ ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜନୀତି ବିଜ୍ଞାନର ପ୍ରଫେସର ସ୍ୱର୍ଗତ ବିସି ରାଉତଙ୍କ ବଡ଼ପୁଅ ।